Hindustan Times
ମଂଚେଷ୍ଟର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମଚେଷ୍ଟରସ୍ଥିତ ଓଲଡ୍ ଟ୍ରାଫେଡରେ ଜାରି ଥିବା ଆଇସିସି ବିଶ୍ୱକପ୍ ୨୦୧୯ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ମଙ୍ଗଳବାର ବର୍ଷା ଯୋଗୁଁ ଅଟକିଛି। ଅଧିନାୟକ କେନ୍ ଓ୍ଵିଲିୟମସନ୍ ଓ ରସ୍ ଟେଲର (୬୭ ରନ୍ରେ ବ୍ୟାଟିଂ ଜାରି)ଙ୍କ ଅର୍ଦ୍ଧଶତକ ବଳରେ ଟିମ୍ ୪୬.୧ଓଭରରେ ୫ଟି ଓ୍ଵିକେଟ ହରାଇ ୨୧୧ ରନ୍ କରିଛି। ମଂଚେଷ୍ଟରସ୍ଥିତ ଓଲଡ୍ ଟ୍ରାଫେଡ ଷ୍ଟାଡିୟମ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା।
ଇନିଂସ ଆରମ୍ଭରୁ ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଟିମ୍ ସ୍କୋର ମାତ୍ର ୧ ରନ୍ରେ ଓପନର ମାର୍ଟିନ ଗୁପଟିଲଙ୍କୁ ହରାଇଥିଲା। ଯଶପ୍ରୀତ ବୁମରାଙ୍କ ବଲ ଅଧିନାୟକ ବିରାଟ କୋହଲିଙ୍କୁ କ୍ୟାଚ୍ ଦେଇ ଗୁପଟିଲ୍ ପାଭଲିଅନ୍ ଫେରିଥିଲେ। ଏହା ପୂର୍ବରୁ ସେ ୧୪ଟି ବଲ ଖେଳି ୧ ରନ୍ କରିଥିଲେ। ଅନ୍ୟତମ ଓପନର ହେନରୀ ନିକୋଲାସ ୫୧ଟି ବଲ ଖେଳି ୨୮ ରନ୍ କରିଥିଲେ। ଏଥିରେ ୨ଟି ଚୌକା ସାମିଲ ଥିଲା। ରବୀନ୍ଦ୍ର ଜାଦେଜାଙ୍କ ଦ୍ୱାରା ବୋଲଡ୍ ହୋଇ ପାଭଲିଅନ୍ ଫେରିବା ବେଳକୁ ନ୍ୟୁଜିଲାଣ୍ଡର ସ୍କୋର ୧୮.୨ ଓଭରରେ ୬୯ ରନ୍ ଥିଲା। ଓ୍ଵିଲିୟମସନ୍ ୯୫ଟି ବଲ ଖେଳି ୬୭ ରନ୍ କରିଥିଲେ। ଏଥିରେ ୬ଟି ଚୌକା ସାମିଲ ଥିଲା। ଟିମ୍ର ସ୍କୋର ୧୩୪ ଥିବା ବେଳେ ଓ୍ଵିଲିୟମସନ୍, ୟୁଜବେନ୍ଦ୍ର ଚହଲଙ୍କ ବଲ ରବୀନ୍ଦ୍ର ଜାଦେଜାଙ୍କୁ କ୍ୟାଚ୍ ଦେଇଥିଲେ।
Zee Newsସ୍କୋର ୧୬୨ ରନ୍ରେ କ୍ୱିଓ୍ଵି ଟିମ୍ ଜେମସ୍ ନୀଶମ (୧୨ ରନ୍)ଙ୍କୁ ହରାଇ ଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍ ଦିନେଶ କାର୍ତ୍ତିକଙ୍କୁ କ୍ୟାଚ୍ ଦେଇ ନୀଶମ ଆଉଟ୍ ହୋଇଥିଲେ। ସ୍କୋର ୨୦୦ ରନ୍ରେ ଭୁବନେଶ୍ୱର କୁମାରଙ୍କ ବଲ ଓ୍ଵିକେଟ୍କିପର ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ୍ ଦେଇ କୋଲିନ ଡି ଗ୍ରାଣ୍ଡହୋମ୍ (୧୬ ରନ୍) ଆଉଟ୍ ହୋଇଥିଲେ।
Follow Us