ବିଶ୍ୱକପ୍‌: ପାକିସ୍ତାନ ବିପକ୍ଷରେ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ, ଟିମ୍‌ ଇଣ୍ଡିଆର ସ୍କୋର ୨୧୫/୧

ବିଶ୍ୱକପ୍‌: ପାକିସ୍ତାନ ବିପକ୍ଷରେ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ, ଟିମ୍‌ ଇଣ୍ଡିଆର ସ୍କୋର ୨୧୫/୧

Hindusan Times

ମଂଚେଷ୍ଟର: ଟିମ୍‌ ଇଣ୍ଡିଆର ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା ରବିବାର ପାକିସ୍ତାନ ବିପକ୍ଷରେ ବିସ୍ଫୋରକ ୨୪ତମ ଶତକ ହାସଲ କରିଛନ୍ତି। ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ର ୨୨ତମ ମ୍ୟାଚ୍‌ରେ ରୋହିତ ୮୫ ବଲ୍‌ ଖେଳି ଶତକ (୧୦୦ ରନ୍‌) ମାରିଛନ୍ତି। ମଂଚେଷ୍ଟରସ୍ଥିତ ଓଲଡଟ୍ରାଫୋର୍ଡ ଷ୍ଟାଡିୟମ୍‌ରେ ଜାରି ଥିବା ମ୍ୟାଚ୍‌ରେ ରେହିତଙ୍କ ସ୍କୋରରେ ୯ ଟି ଚୌକା ଏବଂ ୩ଟି ଛକା ସାମିଲ ଅଛି।

ଚଳିତ ବିଶ୍ୱକପ୍‌ର ହାଇଭୋଲଟେଜ୍‌ ମୁକାବିଲାରେ ପାକିସ୍ତାନ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତକୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିଛି। ରିପୋର୍ଟ ଲେଖାଯିବା ବେଳକୁ ଭାରତର ସ୍କୋର ୩୬ ଓଭର ଶେଷରେ ଗୋଟିଏ ଓ୍ଵିକେଟ୍‌ ହରାଇ ୨୧୫ ରନ୍‌ ପହଂଚିଛି। ରୋହିତ ଓ ଟିମ୍‌ ଇଣ୍ଡିଆର ଅଧିିନାୟକ ବିରାଟ କୋହଲି କ୍ରିଜ୍‌ରେ ଅଛନ୍ତି।

ଓପନର ଲୋକେଶ ରାହୁଲ ଆଜି ପାଭଲିଅନ୍‌ ଫେରିଯିବା ପୂର୍ବରୁ ଅର୍ଦ୍ଧଶତକ (୫୭ ରନ୍‌) ହାସଲ କରିଥିଲେ। ରାହୁଲ ୭୮ଟି ବଲ ଖେଳି ନିଜର ଅର୍ଦ୍ଧଶତକ ପୂରା କରିଥିଲେ। ଏଥିରେ ୩ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe