ବିଶ୍ୱକପ୍‌: ଟସ୍‌ ଜିଣି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି, ଆଫଗାନିସ୍ତାନର ବ୍ୟାଟିଂ ଜାରି, ସ୍କୋର ୬୫/୨

Advertisment
ବିଶ୍ୱକପ୍‌: ଟସ୍‌ ଜିଣି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି, ଆଫଗାନିସ୍ତାନର ବ୍ୟାଟିଂ ଜାରି, ସ୍କୋର ୬୫/୨

Zee news

କାର୍ଡିଫ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପ୍‌ର ୨୧ତମ ମୁକାବିଲାରେ ଶନିବାର ଦକ୍ଷିଣ ଆଫ୍ରିକା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଆଫଗାନିସ୍ତାନ ପ୍ରଥମ ଇନିଂସ ବ୍ୟାଟିଂ ଜାରି ରଖିଛି। ରିପୋର୍ଟ ଲେଖାଯିବା ବେଳକୁ ସ୍କୋର ୧୭ ଓଭରରେ ୨ ଓ୍ଵିକେଟ୍‌ ହରାଇ ୬୫ରନ୍‌ କରିଛି।

କାର୍ଡିଫର ସୋଫିଆ ଗାର୍ଡେନରେ ବର୍ଷା ଯୋଗୁଁ ମ୍ୟାଚ କିଛି ସମୟ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଓପନର ହଜରତତୁଲା ଜଜାଜି ୨୨ ରନ୍‌ କରି କାଗିସୋ ରାବାଡାଙ୍କ ବଲ ଭାନ ଡର ଦୁସେନଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇ ପାଭଲିଅନ ଫେରି ଯାଇଛନ୍ତି। ସେ ୨୩ ଟି ବଲ ଖେଳି ୩ଟି ଚୌକା ମାରିଛନ୍ତି। ରସମତ ଶାହା ୨୨ଟି ବଲ ଖେଳି ୬ ରନ୍‌ କରିଥିଲେ। ସେ କ୍ରିସ୍‌ ମୋରିସ୍‌ଙ୍କ ବଲରେ ଏଲବିଡବ୍ଲୁ ହୋଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ନୁର ଅଲି ଜରଦାନ ଓ ହସ୍‌ମତତୁଲ୍ଲା ସାହିଦୀ କ୍ରିଜ୍‌ରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe