ବିଶ୍ୱକପ୍‌: କୋହଲିଙ୍କ ଅର୍ଦ୍ଧଶତକ, ଟିମ୍‌ ଇଣ୍ଡିଆର ବ୍ୟାଟିଂ ଜାରି, ସ୍କୋର ୧୧୫/୨

Advertisment
ତୃତୀୟ ଟି-୨୦: ଟସ୍‌ ଜିଣି ୱେଷ୍ଟଇଣ୍ଡିଜ୍‌ର ବୋଲିଂ ନିଷ୍ପତ୍ତି, ଭାରତର ବ୍ୟାଟିଂ ଜାରି

Hindustan Times

ସାଉଥମ୍ପଟନ୍‌: ଆଫଗାନିସ୍ତାନ ବିପକ୍ଷରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଛନ୍ତି। କୋହଲି ୪୮ଟି ବଲ ଖେଳି ୪ଟି ଚୌକା ସହାୟତାରେ ଏହି ସଫଳତା ହାସଲ କରିଛନ୍ତି। ଟିମ୍‌ ଇଣ୍ଡିଆ ୭ ରନ୍‌ରେ ଓପରନର ରୋହିତ ଶର୍ମାଙ୍କୁ ହରାଇବା ପରେ ବିରାଟ କୋହଲି ବ୍ୟାଟିଂ କରିବା ପାଇଁ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଭାରତ ୨୫ ଓଭରରେ ୨ଟି ଓ୍ଵିକେଟ ହରାଇ ସ୍କୋର ୧୧୫ ରନ୍‌ କରିଛି।

ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପ୍‌ର ସାଉଥମ୍ପଟନ୍‌ସ୍ଥିତ ଦ ରୋଜ୍‌ ବାଉଲ ଷ୍ଟାଡିୟମ୍‌ରେ ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଭାରତ ରୋହିତ ଶର୍ମା (୧ ରନ୍‌)ଙ୍କୁ ହରାଇ ଥିଲା।

ଭାରତ ୨ୟ ଓ୍ଵିକେଟ ଭାବେ ଲୋକେଶ ରାହୁଲଙ୍କୁ ହରାଇଥିଲା। ଲୋକେଶ ୫୩ଟି ବଲ ଖେଳି ଟିମ୍‌ ପାଇଁ ୩୦ ରନ୍‌ ଯୋଡ଼ିଥିଲେ। ସେ ଆଫଗାନିସ୍ତାନ ଅଧିନାୟକ ଗୁଲାବଦୀନ ନାବିଙ୍କ ବଲ ହଜରତୁଲ୍ଲାଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ ଫେରିଥିଲେ। ମୁଜିବ ଉର୍‌ ରହମାନଙ୍କ ବଲରେ ରୋହିତ ଶର୍ମା ଆଉଟ୍‌ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe