କିଟ୍ ପିଚ୍ ତୃତୀୟ ଦିନରୁ ସ୍ପିନରଙ୍କୁ ସୁହାଇବ ବୋଲି ମୋର ଆକଳନ। ପ୍ରଥମ ଦୁଇ ଦିନ ଏଠାରେ ଭଲ ବ୍ୟାଟିଂ ହେବ। ଓଡ଼ିଶାର ଘରୋଇ ପରିବେଶ ହୋଇଥିବାରୁ ସେମାନେ ପିଚ୍ ବିଷୟରେ ଅଧିକ ଜାଣିଥିବେ। ଆମେ କିନ୍ତୁ ଆମ ଶକ୍ତିି ଅନୁସାରେ ଯୋଜନା କରିବୁ। ୬/୫ (୬ ଜଣ ବ୍ୟାଟ୍ସମ୍ୟାନ୍, ୫ ଜଣ ବୋଲର) କୌଶଳରେ ଖେଳିବୁ ବୋଲି ହରିଆଣା ପ୍ରଶିକ୍ଷକ ଯୋଗୀନ୍ଦର ସିଂହ କହିଛନ୍ତି। ତାଙ୍କ କଥାକୁ ଦଳର ବରିଷ୍ଠ ଖେଳାଳି ହର୍ଷଲ ପଟେଲ ମଧ୍ୟ ସମର୍ଥନ କରିଛନ୍ତି। ସେ କହିଛନ୍ତି ଆମେ ଭଲ ପ୍ରସ୍ତୁତି କରିଛୁ। ଦିନିକିଆର ନକଆଉଟକୁ ଆମେ ଯାଇଥିଲୁ। ଦଳଗତ ଭାବେ ଆମେ ଭଲ କ୍ରିକେଟ୍ ଖେଳୁଛୁ। ୱିକେଟ୍ ଅନୁସାରେ ଆମେ ୬/୫ ନୀତିରେ ହିଁ ପଡ଼ିଆକୁ ଓହ୍ଲାଇବୁ। ୪ ଦିନିକିଆ ମ୍ୟାଚ୍ରେ ୨୦ ୱିକେଟ୍ ନେବା ଲାଗି ୫ ଜଣ ବୋଲରଙ୍କ ଦରକାର ଥାଏ। ହେଲେ ଶେଷ ନିଷ୍ପତ୍ତି ଦଳୀୟ ବୈଠକ ପରେ ନିଆଯିବ।
ଶକ୍ତି ମୁତାବକ ଖେଳିବୁ: ଯୋଗୀନ୍ଦର
Advertisment
Follow Us