ଦିନିକିଆରେ ଭଲ କରିବୁ: ପୋଲାର୍ଡ

୬୦୦ ଟ୍ବେଣ୍ଟି-୨୦ ଖେଳିବାରେ ପୋଲାର୍ଡ ପ୍ରଥମ କ୍ରିକେଟର୍‌

Outlook India

ଚେନ୍ନାଇ: ଦିନିକିଆରେ ଭଲ ପ୍ରଦର୍ଶନ କରିବା ନେଇ ଵେଷ୍ଟଇଣ୍ଡିଜ୍‌ର ନୂଆ ଅଧିନାୟକ କିରଣ ପୋଲାର୍ଡ ଆଶାବାଦୀ ଅଛନ୍ତି। ଆଫଗାନିସ୍ତାନକୁ ୩-୦ରେ ହରାଇବା ପରେ ଭାରତ ବିପକ୍ଷରେ ମଧ୍ୟ ଭଲ ପ୍ରଦର୍ଶନ ଦୋହରାଇବା ପାଇଁ ଚେଷ୍ଟା କରିବୁ। ଦିନିକିଆରେ ସଫଳ ହେବା ପାଇଁ ଆମେ ସ୍ବତନ୍ତ୍ର ରଣନୀତି କରିଛୁ। ମ୍ୟାଚ୍ ହାରିବା-ଜିତିବା ନେଇ ଆମେ ଚିନ୍ତିତ ନାହୁଁ, କିନ୍ତୁ ଭଲ କରିବା ନେଇ ଆଶା ରଖିଛୁ ବୋଲି ପୋଲାର୍ଡ କହିଛନ୍ତି। ଏହା ବ୍ୟତୀତ ରସ୍ତନ୍ ଚେଜଙ୍କ ଉପସ୍ଥିତି ଦଳର ସନ୍ତୁଳନ ରକ୍ଷା କରିବ। ସେ ମଧ୍ୟ ଓଭରରେ ବ୍ୟାଟିଂ କରିବା ସହିତ ବୋଲିଂ ମଧ୍ୟ କରିପାରିବେ। ତାଙ୍କ ପ୍ରତ୍ୟାବର୍ତନରେ ଦଳ ଆହୁରି ସୁଦୃଢ଼ ହୋଇଛି ଓ ଦଳର ସମସ୍ତ ଖେଳାଳି ସେମାନଙ୍କ ଭୂମିକା ନେଇ ଅବଗତ ଅଛନ୍ତି ବୋଲି ପୋଲାର୍ଡ କହିଛନ୍ତି। ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ରେ ଡ୍ବାନ୍ ବ୍ରାଭୋ ଦଳକୁ ଫେରିବା ନିଷ୍ପତ୍ତିକୁ ପୋଲାର୍ଡ ସମର୍ଥନ କରିବା ସହିତ ଖୁସି ଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe