ଟିଭିରେ ଦେଖୁଥିଲୁ, ଏବେ ସ୍ୱଚକ୍ଷୁରେ ଦେଖିବୁ: ଶ୍ରଦ୍ଧାଞ୍ଜଳି

Advertisment
ଟିଭିରେ ଦେଖୁଥିଲୁ, ଏବେ ସ୍ୱଚକ୍ଷୁରେ ଦେଖିବୁ: ଶ୍ରଦ୍ଧାଞ୍ଜଳି

ସାଧାରଣ ଦର୍ଶକଙ୍କ ଭଳି ରାଜ୍ୟର ସୁପରିଚିତ ମହିଳା ଫୁଟବଲ୍‌ ତାରକା ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ମଧ୍ୟ ରବିବାରର ଜାମସେଦପୁର ଏଫସି-ବେଙ୍ଗାଲୁରୁ ଏଫସି ମ୍ୟାଚ୍‌ ଦେଖିବାକୁ ଚାତକ ଭଳି ଚାହିଁ ରହିଛନ୍ତି। ବିଶେଷ କରି ଭାରତୀୟ ଫୁଟ୍‌ବଲ୍‌ ଦଳର ଅଧିନାୟକ ସୁନୀଲ ଛେତ୍ରୀଙ୍କ ଖେଳ ଦେଖିବାକୁ ସେ ରବିବାର ସପରିବାର କଳିଙ୍ଗ ଷ୍ଟାଡିୟମ୍‌ ଯିବେ ବୋଲି ଶ୍ରଦ୍ଧାଞ୍ଜଳି ‘ସମ୍ବାଦ’କୁ କହିଛନ୍ତି। ସେହିଭଳି ଆସନ୍ତା ବର୍ଷ କେବଳ ଗୋଟିଏ ନୁହେଁ ଅନେକ ଆଇଏସ୍‌ଏଲ୍‌ ମ୍ୟାଚ୍‌ ଭୁବନେଶ୍ୱରରେ ଆୟୋଜନ କରିବାକୁ ସେ ରାଜ୍ୟ ସରକାର ଏବଂ ଟାଟା କଂପାନିକୁ ଆହ୍ଵାନ କରିଛନ୍ତି। ଜାମସେଦପୁର ଏଫ୍‌ସି-ବେଙ୍ଗାଲୁରୁ ଏଫ୍‌ସି ମ୍ୟାଚ୍‌ ରାଜ୍ୟ ଫୁଟ୍‌ବଲ୍‌କୁ ନୂଆ ମୋଡ଼ ଦେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଶ୍ରଦ୍ଧାଞ୍ଜଳି କହିଛନ୍ତି ଯେ ଆମ ଖେଳାଳିମାନେ ଏହି ମ୍ୟାଚ୍‌ ବେଳେ ନିଜ ପ୍ରିୟ ଖେଳାଳିଙ୍କୁ ଅତି ପାଖରୁ ଦେଖିବାକୁ ପାଇବେ। ସେମାନଙ୍କ ଖେଳ ଦେଖି ଅନେକ କିଛି ଶିଖି ପାରିବେ। ଏହା ଦ୍ୱାରା ରାଜ୍ୟର ଅଧିକରୁ ଅଧିକ ପିଲା ମଧ୍ୟ ଫୁଟ୍‌ବଲ୍‌କୁ ଆସିବେ। ତେବେ ଆସନ୍ତା ସମୟରେ ଓଡ଼ିଶାର କିଛି ଖେଳାଳି ଆଇଏସଏଲ୍‌ ଖେଳୁଥିବାର ମୁଁ ଦେଖିବାକୁ ଚାହୁଁଛି। ଆମେ ଅବଶ୍ୟ ମଧ୍ୟ ଧିରେ ଧିରେ ସେହି ଦିଗରେ ଅଗ୍ରସର ହେଉଛେ। ମୋର ଏହି ଆଶା ଆସନ୍ତା କିଛି ବର୍ଷ ମଧ୍ୟରେ ନିଶ୍ଚିତ ପୂରଣ ହେବ ବୋଲି ଭାବୁଛି। ତେବେ ଭୁବନେଶ୍ୱରକୁ ଆଇଏସ୍‌ଏଲ୍‌ ମ୍ୟାଚ୍‌ ଆଣିଥିବାରୁ ମୁଁ ଆପଣଙ୍କ ମାଧ୍ୟମରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗକୁ ଧନ୍ୟବାଦ ଦେଉଛି। ଆଗରୁ ଆମେ ଟେଲିଭିଜନ୍‌ ପରଦାରେ ଆଇଏସ୍‌ଏଲ୍‌ ଦେଖୁଥିଲୁ। ଏବେ ସ୍ୱଚକ୍ଷୁରେ ଏହି ମ୍ୟାଚ୍‌ ଦେଖିବାର ସୁଯୋଗ ପାଇବୁ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe