୨୦୧୯ ବିଶ୍ବକପ୍‌ରେ ଆମେ ଭୁଲ କରିଥିଲୁ: ଗାଭାସ୍କର

Advertisment
ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଫିନିସର ଭୂମିକା ତୁଲାଇପାରିବେ କାର୍ତ୍ତିକ: ଗାଭାସ୍କର

NDTV Sports

ନୂଆଦିଲ୍ଲୀ: ଇଂଲଣ୍ଡରେ ଆୟୋଜିତ ୨୦୧୯ ବିଶ୍ବକପ୍‌ର ପ୍ରମୁଖ ଦାବିଦାର ଥିଲା ଭାରତ। କିନ୍ତୁ ଦଳ ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡଠୁ ହାରି ବିଦାୟ ନେଇଥିଲା। କାହିଁକି ଜିତି ପାରିଲାନି ତାହାକୁ ନେଇ ପ୍ରାୟ ବର୍ଷେ ହେଲା ଆଲୋଚନା ଚାଲିଛି। ଏହି ଆଲୋଚନାରେ ନିଜକୁ ଯୋଡ଼ିଛନ୍ତି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ‌ସୁନିଲ ଗାଭାସ୍କର। ଆମେ କିଛି ଭୁଲ୍‌ କରିଥିଲୁ। ବିଶେଷ କରି ୪ ନମ୍ବର ସ୍ଥାନ ବ୍ୟାଟିଂ ଚୟନରେ ଭୁଲ୍‌ ଥିଲା ବୋଲି କହିଥିଲେ ୧୯୮୩ ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ଏହି କିଂବଦନ୍ତି ବ୍ୟାଟ୍ସମ୍ୟାନ୍‌।

ଆମ ପାଖରେ ୪, ୫ ଓ ୬ ନମ୍ବର ସ୍ଥାନ ଲାଗି ଜଣେ ବହୁତ ଭଲ ବ୍ୟାଟ୍ସମ୍ୟାନ୍ ଥିଲେ। ଯିଏ କି ଶୀର୍ଷ ସ୍ଥାନରେ ବ୍ୟାଟିଂ କରିବାକୁ ମଧ୍ୟ ଯୋଗ୍ୟ। ହେଲେ ୧, ୨ ଓ ୩ ସ୍ଥାନ ପୂର୍ବରୁ ଧାର୍ଯ୍ୟ ଥିବାରୁ ସେ ମଧ୍ୟକ୍ରମରେ ବ୍ୟାଟିଂ କରୁଥିଲେ। ଆମକୁ ଏହା ଉପରେ ନଜର ରଖିବାର ଥିଲା। ୨୦୧୯ ବିଶ୍ୱକପ୍‌ରେ ଉପଯୁକ୍ତ ୪ ନମ୍ବର ବ୍ୟାଟ୍ସମ୍ୟାନ୍‌ ନ ପାଇ ଭୁଲ୍ କରିଛେ। ଯଦି ବିଶ୍ୱକପ୍‌ରେ ଉପଯୁକ୍ତ ୪ ନମ୍ବର ବ୍ୟାଟ୍ସମ୍ୟାନ୍‌ ରହିଥା’ନ୍ତା। ତେବେ ଫଳାଫଳ ନିଶ୍ଚିତ ଭିନ୍ନ ହୋଇଥା’ନ୍ତା ବୋଲି ଗାଭାସ୍କର କହିଛନ୍ତି। ଭାରତର ଶୀର୍ଷ ବ୍ୟାଟିଂକ୍ରମ ଅତି ଚମତ୍କାର। ଏଥିପାଇଁ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରେ ୪ ଓ ୫ ନମ୍ବର ବ୍ୟାଟ୍ସମ୍ୟାନ୍‌ଙ୍କୁ ଲମ୍ବା ପାଳି ଖେଳିବାର ସୁଯୋଗ ମିଳିନଥିଲା। ହଠାତ୍ ଶୀର୍ଷକ୍ରମର ୩ ବ୍ୟାଟ୍ସମ୍ୟାନ୍‌ ବିଫଳ ହେବା ଦଳ ପାଇଁ ମହଙ୍ଗା ହୋଇଥିଲା। ଦୁର୍ଭାଗ୍ୟବଶତଃ ନକ୍‌ଆଉଟ୍‌ ପର୍ଯ୍ୟାୟରେ ଏହା ହୋଇଥିଲା ଏବଂ ୪, ୫ ଓ ୬ ନମ୍ବର ବ୍ୟାଟ୍ସମ୍ୟାନ୍‌ ମଧ୍ୟ କିଛି କରିପାରିଲେନି ବୋଲି ଗାଭାସ୍କର କହିଛନ୍ତି।

ରୋହିତଙ୍କ ପରି ବ୍ୟାଟିଂ କରିବାକୁ ଚାହୁଁଥିଲି
କିଂବଦନ୍ତି ସୁନୀଲ ଗାଭାସ୍କର ଭାରତୀୟ ସୀମିତ ଓଭର ଦଳ ଉପଅଧିନାୟକ ରୋହିତ ଶର୍ମାଙ୍କୁ ଢେର ପ୍ରଶଂସା କରି କହିଛନ୍ତି। ନିଜ ଖେଳ ଜୀବନ ବେଳେ ସେ ରୋହିତଙ୍କ ପରି ବ୍ୟାଟିଂ କରିବାକୁ ଚାହୁଁଥିଲେ। ହେଲେ ପରିସ୍ଥିତି ସାଥ୍‌ ଦେଇ ନଥିଲା। ରୋହିତ ଏବେ ଯେଭଳି ଦିନିକିଆ ଓ ଟେଷ୍ଟ୍‌ରେ ପ୍ରଥମ ଓଭରରେ ହିଁ ଆକ୍ରମଣ ଆରମ୍ଭ କରୁଛନ୍ତି। ମୁଁ ସେହି ଭଳି ଖେଳିବାକୁ ଚାହୁଁଥିଲି। କିନ୍ତୁ ରୋହିତ ଶର୍ମାଙ୍କୁ ମୁକ୍ତ ଭାବେ ଖେଳିବାକୁ ଯେପରି ପରିସ୍ଥିତି ସହଯୋଗ କରୁଛି। ମୋତେ ସେତେବେଳେ ପରିସ୍ଥିତି ଏପରି କରିବାକୁ ଦେଉ ନଥିଲା। ଏଥିସହ ନିଜ ଦକ୍ଷତା ଉପରେ ମୋ ଆତ୍ମବିଶ୍ବାସର ଅଭାବ ଆଉ ଏକ କାରଣ ବୋଲି ବିଶ୍ବର ସର୍ବଶ୍ରେଷ୍ଠ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଭାବେ ପରିଚିତ ଗାଭାସ୍କର କହିଛନ୍ତି। ଏବେ ମୋ ପରବର୍ତ୍ତୀ ପିଢ଼ି ଏପରି ଖେଳୁଥିବା ଦେଖିଲେ ବହୁତ ଖୁସି ଲାଗେ। କାରଣ ସେମାନେ ବଢ଼ିବାରେ ଲାଗିଛନ୍ତି ଏବଂ ବଡ଼ ସଟ୍‌ମାନ ଖେଳୁଛନ୍ତି ବୋଲି ଗାଭାସ୍କର କହିଛନ୍ତି। ସୂଚନାଯୋଗ୍ୟ‌, ରୋହିତ ଚଳିତ ବର୍ଷ ଭାରତୀୟ କ୍ରୀଡ଼ାର ଶ୍ରେଷ୍ଠ ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe