ଅକ୍ଟୋବର ୩୧ମଧ୍ୟରେ ଏହି ବଡ଼ ଘୋଷଣା କରିବେ ଧୋନି

ମହେନ୍ଦ୍ର ସିଂହ ଧୋନି ଆନ୍ତର୍ଜାତିକ କ୍ରିକେଟ‌ରୁ ଅବସର ନେଇସାରିଛନ୍ତି। କିନ୍ତୁ ଆଇପିଏଲ୍‌ର ଭବିଷ୍ୟତ ବିଷୟରେ କିଛି ସୂଚନା ଆସୁ ନଥିବାରୁ ପ୍ରଶଂସକମାନେ ମଧ୍ୟ ଅପେକ୍ଷାରେ ଅଛନ୍ତି।

dhoni

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନି ଆନ୍ତର୍ଜାତିକ କ୍ରିକେଟ‌ରୁ ଅବସର ନେଇସାରିଛନ୍ତି। କିନ୍ତୁ ଆଇପିଏଲ୍‌ର ଭବିଷ୍ୟତ ବିଷୟରେ କିଛି ସୂଚନା ଆସୁ ନଥିବାରୁ ପ୍ରଶଂସକମାନେ ମଧ୍ୟ ଅପେକ୍ଷାରେ ଅଛନ୍ତି। କିନ୍ତୁ ୨୦୨୫ ସଂସ୍କରଣ ପାଇଁ ନିଲାମ ଓ ଖେଳାଳି ରଖିବା ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଥିବାରୁ ଧୋନି ନୂଆ ନିୟମାବଳୀ ଉପରେ ନଜର ରଖିଥିବା କହିଥିଲେ। ଅବସର ନିଷ୍ପତ୍ତି ନେବା ପୂର୍ବରୁ ନିୟମରେ କ’ଣ ପରିବର୍ତ୍ତନ ହେଉଛି, ତାହା ଉପରେ ‌ତାଙ୍କ ଭବିଷ୍ୟତ ନିର୍ଭର କରିବ ବୋଲି ଏକ ସାକ୍ଷାତକାରରେ କହିଥିଲେ ଧୋନି। ଏବେ ନୂଆ ନିୟମ ଆସିସାରିଥିବା ବେଳେ ଧୋନି ଆଇପିଏଲ-୨୦୨୫ ଖେଳିବେ କି ନାହିଁ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଏନେଇ ଅକ୍ଟୋବର ୩୧ରେ ଧୋନି ନିଷ୍ପତ୍ତି ଶୁଣାଇବେ ବୋଲି କହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସର ସିଇଓ କାସି ବିଶ୍ୱନାଥନ୍। ସେ କହିଛନ୍ତି, “ଧୋନି ସିଏସକେ ପାଇଁ ଖେଳନ୍ତୁ ବୋଲି ଆମେ ମଧ୍ୟ ଚାହୁଁଛୁ। କିନ୍ତୁ ଧୋନି ଖେଳିବେ କି ନାହିଁ ଏପର୍ଯ୍ୟନ୍ତ ଆମକୁ ନିଶ୍ଚିତ କରିନାହାଁନ୍ତି। ଧୋନି କହିଛନ୍ତି, ‘ମୁଁ ଆପଣଙ୍କୁ ଅକ୍ଟୋବର ୩୧ପୂର୍ବରୁ କହିବି।’ ଆମେ ଆଶା କରୁଛୁ ସେ ଖେଳିବେ।"

ତେବେ ଅଗଷ୍ଟରେ ହାଇଦ୍ରାବାଦରେ ଏକ ‌ଇଭେଣ୍ଟରେ ଯୋଗ ଦେବା ଅବସରରେ ଧୋନି କହିଥିଲେ, ନିଷ୍ପତ୍ତି ନେବା ପାଇଁ ଏବେ ତାଙ୍କ ପାଖରେ ବହୁତ ସମୟ ରହିଛି। କ’ଣ ନୂଆ ନିୟମ ହେଉଛି ତାହା ଦେଖିବାକୁ ପଡ଼ିବ। ଏବେ ବଲ୍‌ ଆମ କୋର୍ଟରେ ନାହିଁ। ତେଣୁ ଯେତେ‌ବେଳେ ନିୟମଗୁଡ଼ିକ ଧାର୍ଯ୍ୟ କରାଯିବ, ସେତେବେଳେ ମୁଁ କିଛି ନିଷ୍ପତ୍ତି ନେବି ଓ ଦଳ ପାଇଁ ଯାହା ଭଲ ହେବ ତାହା କରିବି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe