ସାମିଙ୍କୁ ପାଇବାକୁ ବ୍ୟଗ୍ର ଥିଲୁ: ଅଗରକର

ଭାରତୀୟ ଦିନିକିଆ ଦଳର ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଦଳରେ ନିଆ ନଯିବାର କାରଣ ସମ୍ପର୍କରେ ପୁଣି ଥରେ ମୁହଁ ଖୋଲିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର।

dgdagzvzvzcv

ନୂଆଦିଲ୍ଲୀ: ଭାରତୀୟ ଦିନିକିଆ ଦଳର ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଦଳରେ ନିଆ ନଯିବାର କାରଣ ସମ୍ପର୍କରେ ପୁଣି ଥରେ ମୁହଁ ଖୋଲିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର। କେବଳ ଫିଟ୍‌ନେସ୍ କାରଣରୁ ତାଙ୍କୁ ଇଂଲଣ୍ଡ ଗସ୍ତ ପାଇଁ ଦଳରେ ନିଆଯାଇ ନଥିଲା ବୋଲି ଅଗରକର ସ୍ପଷ୍ଟ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତରେ ସୁଯୋଗ ନପାଇବା ଉପରେ କିଛି ନିର୍ଦ୍ଦିଷ୍ଟ ଉତ୍ତର ରଖି ନଥିଲେ। ସାମି ଶେଷ ଥର ପାଇଁ ମାର୍ଚ୍ଚ ମାସରେ ଭାରତୀୟ ଦଳରୁ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌‌ ମ୍ୟାଚ୍‌ ଖେଳିଥିଲେ। ଏହା ପରେ ସେ ଆଇପିଏଲ୍‌ ୨୦୨୫ରେ ୯ ମ୍ୟାଚ୍‌ ଖେଳିବା ସହ ଆହତ କାରଣରୁ ଓହରି ଯାଇଥିଲେ। ୩ ମାସର ବିଶ୍ରାମ ଓ ଥଇଥାନ ପରେ ଦଲିପ ଟ୍ରଫିରେ ଉତ୍ତରାଞ୍ଚଳ ବିପକ୍ଷରେ ପୂର୍ବାଞ୍ଚଳର ପ୍ରତିନିଧିତ୍ବ କରିଥିଲେ। ତେବେ ୩୪ ଓଭର ବୋଲିଂ କରି ମାତ୍ର ଗୋଟିଏ ୱି‌କେଟ୍ ନେଇଥିଲେ। ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦିନିକିଆ ଦଳରେ ସୁଯୋଗ ନପାଇବା ପରେ ସାମି କହିଥିଲେ ‘‘ଚୟନ ମୋ ହାତରେ ନାହିଁ। ଯଦି ଫିଟ୍‌ନେସ୍‌ ପ୍ରସଙ୍ଗ ଥିଲା, ତେବେ ମୁଁ ବେଙ୍ଗଲ୍ ପାଇଁ ଖେଳୁ ନଥାନ୍ତି। ଫିଟନେସ୍‌ କଥା ମୋଠାରୁ କେହି ବୁଝିନାହାନ୍ତି। ଏ ସମ୍ପର୍କରେ ଅଧିକ କିଛି କହି ମୁଁ ବିବାଦର ସୂତ୍ରପାତ କରିବାକୁ ଚାହେନାହିଁ। ମୁଁ ଯଦି ୪ ଦିନିଆ ରଣଜୀ ଟ୍ରଫି ଖେଳିପାରୁଛି ତେବେ ୫୦ ଓଭରିଆ ଦିନିକିଆ ମ୍ୟାଚ୍‌ ବି ଖେଳିପାରିବି’’। 

ସାମିଙ୍କ ଏହ‌ି ଉତ୍ତର ପରେ ଅଗରକର ପ୍ରକାଶ କରିଛନ୍ତି ‘‘ସେ  ମୋତେ କହିଥାନ୍ତେ ମୁଁ ତାଙ୍କ ଉତ୍ତର ରଖିଥାନ୍ତି। ସେ କ’ଣ କହିଛନ୍ତି ପଢ଼ିବା ପରେ କଲ୍ କରିବି। ବିଗତ କିଛି ମାସରେ ମୁଁ ତାଙ୍କ ସହ ଏକାଧିକ ଥର କଥା ହୋଇଛି। ସେ ସ୍ପଷ୍ଟ କରିଥିଲେ ମୁଁ ବି ତାଙ୍କ ସହ ରହିଥାନ୍ତି। ସେ ଫିଟ୍‌ ଥିଲେ ନିଶ୍ଚିତ ଇଂଲଣ୍ଡ ଗସ୍ତରେ ଯାଇଥାନ୍ତେ। ତାଙ୍କୁ ପାଇବାକୁ ଆମେ ବ୍ୟଗ୍ର ଥିଲୁ। ସେ କିନ୍ତୁ ୨ ମାସ ପାଇଁ ଫିଟ୍‌ ନଥିଲେ।’’ ଦିନିକିଆ ଦଳ ଚୟନ ସମ୍ପର୍କରେ ଅଗରକର କହିଥ‌ିଲେ, ତାଙ୍କ ଫିଟନେସ୍‌ ଖବର ଆମ ପାଖରେ ନାହିଁ’। ଏହା ପରେ ସାମି କହିଥିଲେ ‘ମୋତେ କେହି ଫିଟ୍‌‌ନେସ୍‌ ଖବର ମାଗି ନଥିଲେ, କି ମୋ ଆଡ଼ୁ ଏହା ପ୍ରଦାନ କରିବାର ଦାୟିତ୍ବ ନଥିଲା। ଏନ୍‌ସିଏ ଯାଇ ଫିଟ୍‌ନେସ୍‌ ଠିକ୍‌ କରିବା, ପ୍ରସ୍ତୁତ ହେବା ଓ ମ୍ୟାଚ୍‌ ଖେଳିବା ମୋ କାମ’। ସୂଚନାଯୋଗ୍ୟ, ସାମି ଏବେ ଇଡେନ୍ ଗାର୍ଡେନ୍ସରେ ଉତ୍ତରାଖଣ୍ଡ ବିପକ୍ଷରେ ବେଙ୍ଗଲ୍ ପାଇଁ ରଣଜୀ ଟ୍ରଫି ମ୍ୟାଚ୍‌ରେ ଖେଳୁଛନ୍ତି ଏବଂ ଉଭୟ ପାଳିରେ ୩୦ ଓଭର ବୋଲିଂ କରି ୩ ୱିକେଟ୍ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe