ରାଜ୍ୟଗୋଷ୍ଠୀ କ୍ରୀଡା: ଭାରୋତ୍ତଳନରେ ଅଚିନ୍ତା ଶିଉଳିଙ୍କୁ ସ୍ବର୍ଣ୍ଣ ପଦକ

Advertisment

ଭାରତର ପଦକ ସଂଖ୍ୟା ୬ରେ ପହଞ୍ଚିଲା

ଭାରତର ପଦକ ସଂଖ୍ୟା ୬ରେ ପହଞ୍ଚିଲା

ରାଜ୍ୟଗୋଷ୍ଠୀ କ୍ରୀଡା: ଭାରୋତ୍ତଳନରେ ଅଚିନ୍ତା ଶିଉଳିଙ୍କୁ ସ୍ବର୍ଣ୍ଣ ପଦକ

india today

ବର୍ମିଂହାମ: ଏଠାରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତକୁ ପୁଣି ଏକ ସ୍ବର୍ଣ୍ଣ ପଦକ ମିଳିଛି। ରବିବାର ଭାରୋତ୍ତଳନରେ ଅଚିନ୍ତା ଶିଉଳି ୭୩ କେଜି କାଟାଗୋରୀରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ପାଇଛନ୍ତି। ଫଳରେ ଭାରତର ପଦକ ସଂଖ୍ୟା ୬ରେ ପହଞ୍ଚିଛି। କେବଳ ଭାରୋତ୍ତୋଳନରେ ଭାରତ ୬ଟି ପଦକ ହାସଲ କରିଥିବାବେଳେ ସେଥିରେ ୩ଟି ସ୍ବର୍ଣ୍ଣ ରହିଛି। ଆଜି ଜେର୍ମିଂ ଲାଲ ରିନୁଙ୍ଗା ୬୭ କେଜି ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ଗତକାଲି ମିରାବାଇ ଚାନୁ (୪୯ କେଜି ମହିଳା ବର୍ଗରେ) ସ୍ବର୍ଣ୍ଣ ଜିତିଥିବାବେଳେ ବିନ୍ଦ୍ୟାରାଣୀ ଦେବି (ମହିଳା ୫୫ କିଲୋ ବର୍ଗରେ) ରୌପ୍ୟ ପଦକ ପାଇଥିଲେ। ସେହିପରି ସଙ୍କେତ ସାଗର (ପୁରୁଷ ୫୫ କେଜି ବର୍ଗରେ) ରୌପ୍ୟ ପଦକ ପାଇଥିଲେ।

କିନ୍ତୁ ଗୁରୁରାଜ ପୁଜାରି (ପୁରୁଷ ୬୧ କେଜି ବର୍ଗରେ) ବ୍ରୋଞ୍ଜ ପଦକ ପାଇଥିଲେ। ତେବେ ଶିଉଳି ପ୍ରଥମ ପର୍ଯ୍ୟାୟରେ ୧୩୭ କେଜି ଉଠାଇ ସ୍ନାଚ ରାଉଣ୍ଡ ଆରମ୍ଭ କରିଥିଲେ। ପର ମୁହୂର୍ତ୍ତରେ ଦ୍ବିତୀୟ ପ୍ରୟାସରେ ୧୪୦ କେଜି ଉଠାଇ ବିଫଳ ହେବା ପରେ ତୃତୀୟ ପ୍ରୟାସରେ ସେ ୧୪୩ କେଜି ଉଠାଇଥିଲେ। କ୍ଲିନ ଏବଂ ଜର୍କ ରାଉଣ୍ଡରେ ପ୍ରଥମ ଲିଫ୍ଟ ସହ ୩୦୯ କିଲୋଗ୍ରାମ ଉଠାଇଥିବାବେଳେ ଅନ୍ତିମ ପ୍ରୟାସରେ ୧୭୦ କେଜି ଉଠାଇବାରେ ସକ୍ଷମ ହୋଇଥିଲେ। ଫଳରେ ସେ ମୋଟ ୩୧୩ କିଲୋଗ୍ରାମ ଉଠାଇଥିବାରୁ ତାଙ୍କୁ ମିଳିଥିଲା ସ୍ବର୍ଣ୍ଣ ପଦକ। ତାଙ୍କ ଭାଇ ହିଁ ଏହି କାର୍ଯ୍ୟ ପାଇଁ ତାଙ୍କୁ ଉତ୍ସାହିତ କରିଥିବାରୁ ଶିଉଳି ଏହି ପଦକ ପାଇବା ପରେ ତାଙ୍କ ଭାଇ ପାଇଁ ଉତ୍ସର୍ଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe