ଜେଏନ୍‌ ଇନ୍‌ଡୋର ଷ୍ଟାଡିୟମରେ ଓଲିକୁ ସ୍ବାଗତ

Advertisment
ଜେଏନ୍‌ ଇନ୍‌ଡୋର ଷ୍ଟାଡିୟମରେ ଓଲିକୁ ସ୍ବାଗତ

କଟକ: ହକି ବିଶ୍ବକପ୍‌ ପାଇଁ ବିଭିନ୍ନ ସ୍ଥାନରେ ଭ୍ରମଣ କରୁଥିବା ମାସ୍କଟ ଓଲିକୁ ରବିବାର କଟକରେ ସ୍ବାଗତ ସମ୍ବର୍ଧନା ଦିଆଯାଇଛି। ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ ପରିସରରେ ଓଲି ପହଞ୍ଚିବା ପରେ ସେଠାରେ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଲିକୁ ସ୍ବାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମିର˚ଜନ ସାମନ୍ତରାୟ, ପ୍ରବୋଧ ରାଉତ, ଆଶୁତୋଷ ପାଇକରାୟ, ବିକାଶ କୁମାର ସାହୁ, କର୍ପୋରେଟର ରମଜାନ୍‌ ଖାନ୍‌ ପ୍ରମୁଖ ଉପସ୍ଥିତ ଥିଲେ। ସିଏମ୍‌ସି ସ୍ବାସ୍ଥ୍ୟ ସମିତି ଅଧ୍ୟକ୍ଷ ତଥା କର୍ପୋରେଟର ର˚ଜନ ବିଶ୍ବାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୋମବାର ସକାଳେ ଓଲି ଓ ବିଶ୍ବକପ୍‌ ଟ୍ରଫିକୁ ସତ୍ୟବ୍ରତ ଷ୍ଟାଡିୟମରେ ପ୍ରଦର୍ଶନ କରାଯିବ। ପରେ ତୁଳସୀପୁରସ୍ଥିତ ପୁଲିସ୍‌ ଉଚ୍ଚ ବିଦ୍ୟାଳୟ ଓ ସିଡିଏ ଡିଏଭି ସ୍କୁଲ୍‌ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବା ପରେ ଓଲି ଭୁବନେଶ୍ବର ଅଭିମୁଖେ ଗସ୍ତ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe