ୱେଲିଂଟନ୍‌ ‌ଟ୍ବେଣ୍ଟି-୨୦ ବର୍ଷା ‌ଧୋଇନେଲା

Advertisment
ୱେଲିଂଟନ୍‌ ‌ଟ୍ବେଣ୍ଟି-୨୦ ବର୍ଷା ‌ଧୋଇନେଲା

Stuff.co.nz

ୱେଲିଂଟନ୍‌ : ପ୍ରବଳ ବର୍ଷା କାରଣରୁ ଶୁକ୍ରବାର ଖେଳାଯିବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ୍ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ସମ୍ପୂର୍ଣ୍ଣ ଭାବେ ଧୋଇଯାଇଛି। ୱେଲିଂଟନ୍‌ର ସ୍କାଏ ଷ୍ଟାଡିୟମ୍‌ରେ ‌ଆୟୋଜିତ ଏହି ମ୍ୟାଚ୍‌ରେ ଗୋଟିଏ ବି ବଲ୍ ବୋଲିଂ ସମ୍ଭବ ହୋଇନଥିଲା। ଫଳରେ ସଦ୍ୟ ସମାପ୍ତ ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଦୁଇ ପରାଜିତ ସେମିଫାଇନାଲିଷ୍ଟ୍ ଦଳ ମଧ୍ୟରେ ନୂଆ ଶୃଙ୍ଖଳ‌ା ଆରମ୍ଭ ହୋଇପାରିନାହିଁ। ୩ ମ୍ୟାଚ୍‌ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ରବିବାର ମାଉଣ୍ଟ୍ ମୌଙ୍ଗନୁଇରେ ଖେଳାଯିବ। ନାପିଏରରେ ମଙ୍ଗଳବାର ତୃତୀୟ ତଥା ଶେଷ ମ୍ୟାଚ୍‌ ଖେଳାଯିବା ପରେ ୩ ମ୍ୟାଚ୍‌ ଦିନିକିଆ ଶୃଙ୍ଖଳା ନଭେମ୍ବର ୨୫, ୨୭, ୩୦ ତାରିଖରେ ଖେଳାଯିବ। ଶୁକ୍ରବାର ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ବାତିଲ ପରେ ଭାରତୀୟ ଖେଳାଳିମାନେ ଇନ୍‌ଡୋରରେ ଫୁଟ୍‌ଭଲି ଖେଳି ସମୟ ବିତାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe