ରଣଜୀ କ୍ବାର୍ଟର୍‌-ଫାଇନାଲ୍‌ରେ ୨ ଇନିଙ୍ଗ୍‌ସ୍‌ ଖେଳି ୭୩ ଓ ୧୩୬ ରନ୍‌ କଲେ ପଶ୍ଚିମବଙ୍ଗ କ୍ରୀଡ଼ାମନ୍ତ୍ରୀ ମନୋଜ ତିୱାରୀ

Advertisment
ରଣଜୀ କ୍ବାର୍ଟର୍‌-ଫାଇନାଲ୍‌ରେ ୨ ଇନିଙ୍ଗ୍‌ସ୍‌ ଖେଳି ୭୩ ଓ ୧୩୬ ରନ୍‌ କଲେ ପଶ୍ଚିମବଙ୍ଗ କ୍ରୀଡ଼ାମନ୍ତ୍ରୀ ମନୋଜ ତିୱାରୀ

Image Courtesy of India Today

ବେଙ୍ଗାଲୁରୁ: ଝାଡ଼ଖଣ୍ଡ ବିପକ୍ଷରେ ରଣଜୀ ଟ୍ରଫି କ୍ବାର୍ଟର୍‌ ଫାଇନାଲ୍‌ ମ୍ୟାଚ୍‌ ଖେଳି ପଶ୍ଚିମବଙ୍ଗ କ୍ରୀଡ଼ାମନ୍ତ୍ରୀ ମନୋଜ ତିୱାରୀ ଦୁଇଟି ଇନିଙ୍ଗ୍‌ସ୍‌ରେ ଯଥାକ୍ରମେ ୭୩ ଓ ୧୩୮ ରନ୍‌ ସଂଗ୍ରହ କରିଛନ୍ତି। ଏହା ହେଉଛି ରଣଜୀ ଟ୍ରଫିରେ ତାଙ୍କର ୨୮ତମ ଶତକ।

ଝାଡ଼ଖଣ୍ଡ ବିପକ୍ଷରେ ରଣଜୀ ଟ୍ରଫିର ୪ର୍ଥ କ୍ବାର୍ଟର୍‌ ଫାଇନାଲ୍‌ର ଫାଇନାଲ୍‌ ଦିନ ପଶ୍ଚିମବଙ୍ଗ ୭୫୦ ରନ୍‌ ହାସଲ କରିଛି। ୧୮୫ ବଲ୍‌ରେ ୧୩୬ ରନ୍‌ କରି ପଶ୍ଚିମବଙ୍ଗ କ୍ରୀଡ଼ାମନ୍ତ୍ରୀ ଆଉଟ୍‌ ହୋଇଯାଇଛନ୍ତି।

୨୦୧୯-୨୦‌ ରଣଜୀ ଟ୍ରଫିରେ ସେ ହାଇଦ୍ରାବାଦ ବିପକ୍ଷରେ ଖେଳି ୩୦୩ ରନ୍‌ କରିବା ସହ ଅପରାଜିତ ରହିଥିଲେ। ଗତ ୪ ବର୍ଷ ହେବ ମନୋଜ ପଶ୍ଚିମବଙ୍ଗ ଦଳର ପ୍ରମୁଖ ବ୍ୟକ୍ତି ଭାବେ ପରିଗଣିତ ହୋଇ ଆସୁଛନ୍ତି।

ପଶ୍ଚିମବଙ୍ଗ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ଥିବା ୩୬ ବର୍ଷିୟ ମନୋଜ ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସରେ ଯୋଗ ଦେଇ ବିଜେପିର ପ୍ରାର୍ଥୀ ରଥିନ ଚକ୍ରବର୍ତ୍ତୀଙ୍କୁ ଶିବପୁର ଆସନରୁ ପରାସ୍ତ କରିଥିଲେ। ସମ୍ପ୍ରତି‌ ସେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ପଶ୍ଚିମବଙ୍ଗ ସରକାରରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟନିର୍ବାହ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe