ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ମହିଳା କବାଡ଼ି

Advertisment

ଉତ୍କଳକୁ ସର୍ବଭାରତୀୟ ଯୋଗ୍ୟତା

ଉତ୍କଳକୁ ସର୍ବଭାରତୀୟ ଯୋଗ୍ୟତା

ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ମହିଳା କବାଡ଼ି

ଭୁବନେଶ୍ୱର: ରେଓ୍ଵାର ଏପିଏସ୍‌ (ମଧ୍ୟପ୍ରଦେଶ) ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ମହିଳା କବାଡ଼ି ପ୍ରତିଯୋଗିତାରେ ଉତ୍କଳ ବିଶ୍ୱବିଦ୍ୟାଳୟ ତୃତୀୟ ସ୍ଥାନ ହାସଲ କରିଛି। ନକ୍‌ଆଉଟ୍‌ ପର୍ଯ୍ୟାୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦଳ ୨୯-୨୦ ପଏଣ୍ଟ୍‌ରେ ରେଓ୍ଵା ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ସର୍ବଭାରତୀୟ ଅନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଖେଳିବାକୁ ଯୋଗ୍ୟତା ହାସଲ କରିନେଇଛି। ସର୍ବଭାରତୀୟ ଅନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ରୋହତକର ଏମ୍‌ଡିୟୁ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ।

ଉତ୍କଳ ଦଳ ଲିଗ୍‌ ପର୍ଯ୍ୟାୟରେ ଏଲ୍‌ଏନ୍‌ ମିଥିଳାକୁ ୩୩ -୨୯ରେ ପରାସ୍ତ କରିଥିଲା ବେଳେ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟଠାରୁ ୩୦-୩୨ ଓ କାଶୀ ବିଶ୍ୱବିଦ୍ୟାଳୟଠାରୁ ୧୦ -୪୦ରେ ହାରି ତୃତୀୟ ସ୍ଥାନରେ ସନ୍ତୁଷ୍ଟ ରହିଥିଲା। ତଥାପି ସର୍ବଭାରତୀୟ ଯୋଗ୍ୟତା ପାଇଁ କ୍ରୀଡା ପରିଷଦର ନିର୍ଦେଶକ ପ୍ରଫେସର କବୀର ମୋହନ ସେଠୀ ଉତ୍କଳ ଦଳର ଖେଳାଳି, ପ୍ରବନ୍ଧକ, ପ୍ରଶିକ୍ଷକ ଓ ଚୟନକର୍ତାମାନଙ୍କୁ ଶୁଭେଛା ଜଣାଇଛନ୍ତି। ସାରଥୀ ବେହେରା, ଅମିତା ଭଟ୍ଟ, ଶ୍ରଦ୍ଧାଞ୍ଜଳି ପାଲଟାସିଂହ , ପୁଷ୍ପାଞ୍ଜଳି ହେମ୍ବ୍ରମ୍‌ , ସସ୍ମିତା ସାହୁ, ସାଗରିକା ସାମଲ, ପିଙ୍କିନା ପରିଡା, ହରପ୍ରିୟା ମହାପାତ୍ର, ପ୍ରତିଭା ନାୟକ, ଫୁଲ ବିଶ୍ୱାଳ, ପ୍ରିୟଙ୍କା ପଣ୍ଡା, ଗାୟତ୍ରୀ ବିଶ୍ୱାଳ ଖେଳାଳି ଭାବେ ଉତ୍କଳ ଦଳରୁ ପ୍ରତିନିଧିତ୍ୱ କରିଥିଲେ। ପ୍ରଫୁଲ୍ଲ କୁମାର ସାହୁ ପ୍ରବନ୍ଧକ, ହୈମବତୀ ବେହେରା ପ୍ରଶିକ୍ଷକ ଦାୟିତ୍ୱ ତୁଲାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe