ମୁମ୍ବାଇ: ହାଇଦ୍ରାବାଦ ଟେଷ୍ଟ ଅବସରରେ ତୃତୀୟ ଏବଂ ଚତୁର୍ଥ ଅମ୍ପାୟାରଙ୍କୁ ଗାଳିଗୁଲଜ କରିଥିବାରୁ ୱେଷ୍ଟଇଣ୍ଡିଜ୍ ପ୍ରଶିକ୍ଷକ ଷ୍ଟୁଆର୍ଟ ଲ’ ଦୁଇଟି ଦିନିକିଆରୁ ନିଲମ୍ବିତ ହୋଇଛନ୍ତି। ସେଥିପାଇଁ ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ରେ ସେ ୱେଷ୍ଟଇଣ୍ଡିଜ୍ ଡ୍ରେସିଂ ରୁମ୍ରୁ ଦୂେରଇ ରହିବେ। ଆଚରଣ ସଂହିତା ଉଲ୍ଲଂଘନ କରିଥିବାରୁ ଆଇସିସି ମଧ୍ୟ ତାଙ୍କୁ ମ୍ୟାଚ୍ ପାଉଣାର ୧୦୦ ପ୍ରତିଶତ ଜରିମାନା କରିଛି। ହାଇଦ୍ରାବାଦ ଟେଷ୍ଟର ତୃତୀୟ ତଥା ଶେଷ ଦିନରେ ପଡ଼ିଆ ଅମ୍ପାୟାର କିରଣ ପାୱେଲଙ୍କୁ ଆଉଟ୍ ନିଷ୍ପତ୍ତିି ଦେବା ପରେ ଲ’ ତୃତୀୟ ଏବଂ ଚତୁର୍ଥ ଅମ୍ପାୟାରଙ୍କ କୋଠରିକୁ ଯାଇ ସେମାନଙ୍କୁ ଅପମାନିତ କରିଥିଲେ। ଏହି କାରଣରୁ ଆଇସିସି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ସହ ୩ ଡିମେରିଟ୍ ପଏଣ୍ଟ ପ୍ରଦାନ କରିଥିଲା। ଗତବର୍ଷ ମେ ମାସରେ ଡୋମିନିକାରେ ଖେଳା ଯାଇଥିବା ପାକିସ୍ତାନ ବିପକ୍ଷ ଟେଷ୍ଟରେ ମଧ୍ୟ ନିଜ ଉଗ୍ର ଆଚରଣ ପାଇଁ ଲ’ ଗୋଟିଏ ଡିମେରିଟ୍ ପଏଣ୍ଟ ପାଇଥିଲେ। ଦୁଇବର୍ଷ ମଧ୍ୟରେ ସର୍ବାଧିକ ୪ ଡିେମରିଟ୍ ପଏଣ୍ଟ ପାଇବା ପରେ ସ୍ବତଃପ୍ରବୃତ ଭାବେ ସେ ଦୁଇଟି ନିଲମ୍ବନ ପଏଣ୍ଟ ଅଜର୍ନ କରିଥିଲେ। ଆଇସିସି ଆଚରଣ ସଂହିତାର ଧାରା ୭.୬ ଅନୁସାରେ ଦୁଇଟି ନିଲମ୍ବନ ପଏଣ୍ଟ ପାଇଲା ପରେ ଜଣେ ଖେଳାଳି, ପ୍ରଶିକ୍ଷକ କିମ୍ବା ଅଧିକାରୀ ଗୋଟିଏ ଟେଷ୍ଟ କିମ୍ବା ଦୁଇଟି ଦିନିକିଆରୁ ବାସନ୍ଦ ହୋଇଥାଆନ୍ତି। ଇଣ୍ଡିଜ୍ ଆଗକୁ ଭାରତ ବିପକ୍ଷରେ ଦିନିକିଆ ଶୃଙ୍ଖଳା ଖେଳିବାର ଥିବାରୁ ଲ’ ପ୍ରଥମ ଦୁଇ ମ୍ୟାଚ୍ରୁ ନିଲମ୍ବିତ ହୋଇଛନ୍ତି। ଗୁରୁବାର ୫୦ ବର୍ଷେର ପଦାପର୍ଣ କରୁଥିବା ଲ’ ଭାରତ ବିପକ୍ଷ ଶୃଙ୍ଖଳା ପରେ ୱେଷ୍ଟଇଣ୍ଡିଜର ମୁଖ୍ୟ ପ୍ରଶିକ୍ଷକ ପଦରେ ଆଉ ରହିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us