St. George's :West Indies' Chris Gayle, right, celebrates with teammate Darren Bravo after hitting a six to reach 10.000 ODIs runs in his career during the fourth One Day International cricket match against England at the National Stadium in St. George's, Grenada, Wednesday, Feb. 27, 2019. AP/PTI(AP2_28_2019_000033B)
ସେଣ୍ଟ୍ ଲୁସିଆ: ୱେଷ୍ଟଇଣ୍ଡିଜ୍ ଓ ଇଂଲଣ୍ଡ୍ ମଧ୍ୟରେ ସଂଘର୍ଷପୂର୍ଣ୍ଣ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଶେଷ ହୋଇଛି। ଏଥିରେ ଉଭୟ ଦଳ ସମାନ ୨-୨ ସ୍ଥିତି ପାଇଛନ୍ତି। ପ୍ରଥମ ଓ ଚତୁର୍ଥ ମ୍ୟାଚ୍କୁ ଇଂଲଣ୍ଡ୍ ଜିତିଥିଲା ବେଳେ ଦ୍ବିତୀୟ ଓ ପଞ୍ଚମ ମ୍ୟାଚ୍ ଜିତି ୱେଷ୍ଟ୍ଇଣ୍ଡିଜ୍ ଶୃଙ୍ଖଳା ଅମୀମାଂସିତ ରଖିଛି। ତୃତୀୟ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଥିଲା। ପଞ୍ଚମ ମ୍ୟାଚ୍ରେ ୫ ୱିକେଟ୍ ସଫଳତା ପାଇଥିବା ଓସାନେ ଥୋମାସ୍ ମ୍ୟାଚ୍ର ଏବଂ କ୍ରିସ୍ ଗେଲ୍ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ଥୋମୋସ୍ଙ୍କର ଏହା ପ୍ରଥମ ୫ ୱିକେଟ୍ ସଫଳତା।
ଶନିବାର ରାତିରେ ଖେଳାଯାଇଥିବା ପଞ୍ଚମ ଦିନିକିଆରେ ଟସ୍ ଜିତି ଇଣ୍ଡିଜ୍ ପ୍ରଥମେ ଇଂଲଣ୍ଡ୍କୁ ବ୍ୟାଟିଂ ପାଇଁ ଡାକିଥିଲା। ତେବେ ଥୋମାସ୍ (୫/୨୧), ଜାସନ୍ ହୋଲ୍ଡର (୨/୨୮) ଓ କାଲୋର୍ସ୍ ବ୍ରାଥ୍ୱେଟ୍ (୨/୧୭ଙ୍କ ଘାତକ ବୋଲିଂ ଆଗରେ ତିଷ୍ଠିନପାରି ଭ୍ରମଣକାରୀ ଇଂଲଣ୍ଡ ଦଳ ୨୮.୧ ଓଭରରେ ମାତ୍ର ୧୧୩ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଜୋସ୍ ବଟ୍ଲର୍ (୨୩), ଆଲେକ୍ସ ହେଲ୍ସ (୨୩), ଅଧିନାୟକ ଇୱିନ୍ ମୋର୍ଗାନ୍ (୧୮), ବେନ୍ ଷ୍ଟୋକ୍ସ (୧୫), ମୋଇନ୍ ଅଲ୍ଲୀ (୧୨) ଓ ଜନି ବେୟାରଷ୍ଟୋ (୧୧) ଦୁଇ ଅଙ୍କ ଅତିକ୍ରମ କରିଥିଲେ। ୧୧୩ ରନ୍ ମଧ୍ୟ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଇଂଲଣ୍ଡର ସର୍ବନିମ୍ନ ଦିନିକିଆ ସ୍କୋର୍ ଥିଲା। ପୁଣି ଦିନିକିଆ ଇତିହାସରେ ବଲ୍ ବ୍ୟବଧାନରେ ମଧ୍ୟ ଇଂଲଣ୍ଡ୍ ସବୁଠୁ ବଡ଼ ପରାଜୟ ବରଣ କଲା। ଜବାବରେ ଗେଲ୍ଙ୍କ ବିସ୍ଫୋରଣ ଆଗରେ ୧୧୪ ରନ୍ର ଲକ୍ଷ୍ୟ ମାମୁଲି ସାବ୍ୟସ୍ତ ହୋଇଥିଲା। ମାତ୍ର ୧୯ ବଲ୍ରୁ ଅର୍ଧଶତକ ପୂରଣ କରିଥିବା ଗେଲ୍ଙ୍କ ୨୭ ବଲ୍ରୁ ୭୭ ରନ୍ ହିଁ ୱେଷ୍ଟଇଣ୍ଡିଜ୍କୁ ୭ ୱିକେଟ୍ର ସହଜ ବିଜୟ ଭେଟିଦେବାରେ ଯଥେଷ୍ଟ ହୋଇଥିଲା। ଗେଲ୍ ତାଙ୍କ ବିସ୍ଫୋରକ ପାଳିରେ ୫ ଚୌକା ଓ ୯ ଛକା ମାରିଥିଲେ। ବିଶେଷକରି କ୍ରିସ୍ ୱକ୍ସ ଓ ମାର୍କ ଉଡ୍ ହିଁ ଗେଲ୍ଙ୍କ ପ୍ରହାରର ଶିକାର ହୋଇଥିଲେ। ଫଳରେ ଇଣ୍ଡିଜ୍ ୧୨.୧ ଓଭରରେ ୩ ୱିକେଟ୍ ହରାଇ ୧୧୫ ରନ୍ କରିନେଇଥିଲା। ଡାରେନ୍ ବ୍ରାଭୋ (୭) ଓ ସିମ୍ରନ୍ ହେଟ୍ମେୟର (୧୧) ଅପରାଜିତ ରହି ଇଣ୍ଡିଜ୍ ଦଳକୁ ୨୨୭ ବଲ୍ ପୂର୍ବରୁ ବିଜୟ ଦେଇଥିଲେ।
ଗେଲ୍ଙ୍କ ଦ୍ରୁତତମ ଅର୍ଧଶତକ
ଗେଲ୍ ପଞ୍ଚମ ଦିନିକିଆରେ ୧୯ ବଲ୍ରୁ ୫୦ ଓ ୨୭ ବଲ୍ରୁ ୭୭ ରନ୍ କରି ଇଣ୍ଡିଜ୍ ବିଜୟର କର୍ଣ୍ଣଧାର ସାଜିଥିଲେ। ଏଥି ସହିତ ସେ ଦ୍ରୁତତମ ଦିନିକିଆ ଅର୍ଧଶତକ ଜମାଇବାରେ ୱେଷ୍ଟଇଣ୍ଡିଜ୍ କୀର୍ତିମାନ ପାଇଥିଲେ। ତାଙ୍କ ପୂର୍ବରୁ ଡାରେନ୍ ସାମିଙ୍କ ନାମରେ ଏହି କୀର୍ତିମାନ ରହିଥିଲା। ସାମି ଦୁଇ ଥର ୨୦ ବଲ୍ରୁ ଅର୍ଧଶତକ ପୂରଣ କରିଥିଲେ। ହେଲେ ସାମିଙ୍କ ନାମରେ ନାମିତ ସେଣ୍ଟ୍ ଲୁସିଆ ପଡ଼ିଆରେ ହିଁ ଗେଲ୍ ଏହି କୀର୍ତିମାନକୁ ଟପି ଯାଇଥିଲେ।
Follow Us