ୱେଷ୍ଟଇଣ୍ଡିଜ୍‌-ଶ୍ରୀଲଙ୍କା ଟେଷ୍ଟ୍‌ ଶୃଙ୍ଖଳା ଅମୀମାଂସିତ

ୱେଷ୍ଟଇଣ୍ଡିଜ୍‌-ଶ୍ରୀଲଙ୍କା ଟେଷ୍ଟ୍‌ ଶୃଙ୍ଖଳା ଅମୀମାଂସିତ

InsideSport

ନର୍ଥ ସାଉଣ୍ଡ : ୱେଷ୍ଟଇଣ୍ଡିଜ୍ ଓ ଶ୍ରୀଲଙ୍କା ମଧ୍ୟରେ ଶୁକ୍ରବାର ଦ୍ବିତୀୟ ଟେଷ୍ଟ୍ ଅମୀମାଂସିତ ଭାବେ ଶେଷ ହୋଇଛି। ଏଥି ସହିତ ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ମଧ୍ୟ ବିନା ହାର୍‌ଜିତ୍‌ରେ ଶେଷ ହୋଇଛି। ଦ୍ବିତୀୟ ଟେଷ୍ଟ୍‌ରେ ଘରୋଇ ଇଣ୍ଡିଜ୍‌ ଦଳ ଶ୍ରୀଲଙ୍କା ସମ୍ମୁଖରେ ୩୭୭ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଅଧିନାୟକ ଦିମୁଥ କରୁଣାରତ୍ନେ (୭୫) ଓ ଓସାଦା ଫର୍ଣ୍ଣାଣ୍ଡୋ (୬୬*)ଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ଭ୍ରମଣକାରୀ ଦଳ ଦ୍ବିତୀୟ ପାଳିରେ ୧୯୩/୨ କରିଥିଲା ବେଳେ ପଞ୍ଚମ ଦିବସ ଖେଳ ଶେଷ ହୋଇଥିଲା। ଇଣ୍ଡିଜ୍‌ ବୋଲରମାନେ ୭୯ ଓଭର ବୋଲିଂ କରିଥିଲେ ମଧ୍ୟ ୨ଟିରୁ ଅଧିକ ୱିକେଟ୍‌ ଦଖଲ କରିପାରିନଥିଲେ। ପ୍ରଥମ ପାଳିରେ ଶତକ ହାସଲ କରିଥିବା ଘରୋଇ ଦଳର ଅଧିନାୟକ କ୍ରେଗ୍‌ ବ୍ରାଥ୍‌ୱେଟ୍‌ ମ୍ୟାଚ୍‌ର ଏବଂ ଶ୍ରୀଲଙ୍କା ଅଧିନାୟକ ସୁରଙ୍ଗା ଲାକ୍‌ମଲ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୩୫୪ । ଶ୍ରୀଲଙ୍କା ପ୍ରଥମ ପାଳି: ୨୫୪। ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପାଳି: ୨୮୦/୪ରେ ଘୋଷିତ। ଶ୍ରୀଲଙ୍କା ଦ୍ବିତୀୟ ପାଳି: ୭୯ ଓଭରରେ ୧୯୩/୨ (ଓସାଦା ଫର୍ଣ୍ଣାଣ୍ଡୋ-୬୬*, ଦିମୁଥ କରୁଣାରତ୍ନେ-୭୫, ଲାହିରୁ ଥିରିମା‌ନେ-୩୯, ଅଲ୍‌ଜାରି ଜୋସେଫ୍‌-୧/୩୩, କାଇଲ୍‌ ମାୟର୍ସ-୧/୫)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe