ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ବିରାଟ କୋହଲି

ମହିଳା ପଶୁ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ବିରାଟ କୋହଲି

Metro

ନୂଆଦିଲ୍ଲୀ: ଗତ ଗୁରୁବାର ଶମସାବାଦରେ ଏକ ହୃଦୟ ଥରାଇଦେବା ଭଳି ଘଟଣା ଘଟିଥିଲା। ଜଣେ ମହିଳା ପଶୁ ଡାକ୍ତରଙ୍କୁ ପ୍ରଥମେ ଗଣଦୁଷ୍କର୍ମ କରାଯିବା ଓ ପରେ କିରୋସିନ ଢ଼ାଳି ହତ୍ୟା କରିବା ଭଳି ବର୍ବର କାଣ୍ଡ ଘଟାଇଥିଲେ ୪ଜଣ ନର ପିଚାସ। ଦୁଷ୍କର୍ମ କରିଥିବା ଅଞ୍ଚଳଠାରୁ ୨୫କିଲୋମିଟର ଦୂରରେ ପୀଡ଼ିତାଙ୍କ ପୋଡ଼ି ଯାଇଥିବା ଶବ ପୁଲିସ ଉଦ୍ଧାର କରିବା ପରେ ସିସିଟିଭି ଆଧାରରେ ୪ଜଣ ଅଭିଯୁକ୍ତକୁ ଗିରଫ କରିଥିଲା।

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକେ ୨୦୧୨ର ନିର୍ଭୟା କାଣ୍ଡକୁ ମନେ ପକାଇଛନ୍ତି। ନିର୍ଭୟା ଗଣଦୁଷ୍କର୍ମକୁ ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ମଧ୍ୟରେ ଅନେକ ଯୁବତୀ, ମହିଳା, ନାବାଳିକା ଓ ଶିଶୁ ଦୁଷ୍କର୍ମର ଶିକାର ହୋଇଛନ୍ତି। ବାରମ୍ବାର ଏଭଳି ଘଟୁଥିବାରୁ ଏବେ ଲୋକେ ଏଭଳି ପରିସ୍ଥିତିକୁ ବଦଳାଇବା ପାଇଁ ସ୍ବର ଊତ୍ତୋଳନ କରିବା ଆରମ୍ଭ କରିଛନ୍ତି। ମହିଳା ଡାକ୍ତରଙ୍କ ମୃତ୍ୟୁ ପରେ ଅନେକ ସେଲିବ୍ରିଟି କଡ଼ା ପ୍ରତିକ୍ରିୟା ରଖିଥିବା ବେଳେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଟୁଇଟ୍ କରି ନିଜର ପ୍ରତିକ୍ରିୟା ରଖିଛନ୍ତି।

ସେ କରିଥିବା ଟୁଇଟରେ ଲେଖାଯାଇଛି କି, ଯାହା ହାଇଦ୍ରାବାଦରେ ଘଟିଛି, ତାହା ଅତ୍ୟନ୍ତ ଲଜ୍ଜାଜନକ। ଏବେ ବହୁତ ହୋଇଗଲା। ସମାଜର ବା‌ସିନ୍ଦା ହିସାବରେ ଆମକୁ ଏଭଳି ଅପରାଧ ବିରୋଧରେ ସ୍ବର ଉତ୍ତୋଳନ କରିବା ସହ ଏହାକୁ ସମାଜରୁ ହଟାଇବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe