ଖରାପ ସମୟ‌ରେ ବିରାଟଙ୍କୁ ଏପରି ମେସେଜ୍‌ ପଠାଇଥିଲେ ଧୋନି

Advertisment
ଖରାପ ସମୟ‌ରେ ବିରାଟଙ୍କୁ ଏପରି ମେସେଜ୍‌ ପଠାଇଥିଲେ ଧୋନି

ନୂଆଦିଲ୍ଲୀ: ଆପଣ ଜାଣିଥିବେ ନିଶ୍ଚୟ ଯେ ଏସିଆ କପ୍‌ ପୂର୍ବରୁ ଭାରତୀୟ କ୍ରିକେଟ୍‌ ଖେଳାଳି ବିରାଟ କୋହଲି ଏକ ଖରାପ ସମୟ ଦେଇ ଗତି କରୁଥିଲେ। ଏପରିକି ବିରାଟଙ୍କର ଖେଳରେ ଖରାପ ପ୍ରଦର୍ଶନକୁ ନେଇ ଲୋକେ ଏମିତି ବି କହିବା ଆରମ୍ଭ କରିଥିଲେ ଯେ ଏବେ ଟି-୨୦ରେ ଭାରତୀୟ ଟିମ୍‌ରେ ବିରାଟଙ୍କ ପାଇଁ କୌଣସି ସ୍ଥାନ ନାହିଁ।  ସେହି ଖରାପ ସମୟ କାରଣରୁ ବିରାଟ ଏସିଆ କପ୍‌ ପୂର୍ବରୁ ୧ ମାସର ବିରତି ନେଇଥିଲେ। ସେହି ମାସକ ମଧ୍ୟରେ ବିରାଟ ବଲ୍‌କୁ ହାତ ବି ଲଗାଇ ନଥିଲେ।

ବିରାଟ ନିକଟରେ ଧୋନିଙ୍କ ସଂପର୍କରେ ଏକ କଥାର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ସେ ଅଧିନାୟିକତ୍ବ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ସେତେବେଳେ ଏକମାତ୍ର ଧୋନି ହିଁ ତାଙ୍କୁ ମେସେଜ କରି ସାହସ ଦେଇଥିଲେ। ଧୋନି ମେସେଜ କରିଥିଲେ, ‘ଯେବେ ତୁମକୁ ଜଣେ ମଜବୁତ ଲୋକ ଭାବେ ଆଶା ରଖାଯାଏ, ଜଣେ ମଜବୁତ୍‌ ଲୋକର ଦୃଷ୍ଟିରେ ଦେଖାଯାଏ। ସେତେବେଳେ ଲୋକେ ତୁମେ କେମିତ ଅଛ ବୋଲି ପଚାରିବାକୁ ଭୁଲିଯାଆନ୍ତି।’ ବିରାଟ କହିଛନ୍ତି ଯେ ମାହିଙ୍କ ଦ୍ବାରା ପଠା ଯାଇଥିବା ସେ ମେସେଜ୍ ତାଙ୍କ ମନକୁ ବଦଳାଇ ଦେଇଥିଲା।

କୋହଲି ଆହୁରି ବି କହିଛନ୍ତି ଯେ ‘ମାହି ଭାଇ ମୋ ପାଇଁ ସେହି ବ୍ୟକ୍ତି, ଯିଏକି ମୋ କ୍ୟ‌ାରିୟର୍‌କୁ ଆଗକୁ ନେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।’ ନିକଟରେ ବିଶ୍ବ କପ୍‌ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରି କୋହଲି ପ୍ରଶଂସକଙ୍କ ଦୃଷ୍ଟିରେ ତାଙ୍କ ପୂର୍ବ ପ୍ରତିମୂର୍ତ୍ତିକୁ ଫେରାଇ ପାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe