ଭୁବନେଶ୍ବର: ହରିୟାଣାର କର୍ଣ୍ଣଲସ୍ଥିତ କର୍ଣ୍ଣ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଜାତୀୟ ହୁଇଲ୍ ଚେୟାର ଫେନ୍ସିଂ ଶିବିରରେ ଓଡିଶାରୁ ଜଣେ ମହିଳା ଏବଂ ତିନି ଜଣ ପୁରୁଷଙ୍କ ସହ ମୋଟ ୪ ଜଣ ଖେଳାଳି ସାମିଲ ହୋଇଛନ୍ତି। ସେମାନେ ହେଲେ ପୂଜାସ୍ୱିନୀ ନାୟକ, ଭି ରମେଶ ରାଓ, ରାଖାଲ୍ କୁମାର ସେଠୀ ଓ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାଏ। ଏହି ଶିବିରରେ ନିଜ ପ୍ରତିଭାକୁ ଶାଣିତ କରିବା ପରେ ଏମାନେ ଥାଇଲାଣ୍ଡର ପଟାୟା ସହରରେ ମେ’ ମାସ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ହ୍ବିଲଚେୟାର ଫେନ୍ସିଂ ବିଶ୍ବକପ୍ରେ ଅଂଶଗହଣ କରିବେ। ଏହି ଶିବିରରେ ଦେଶର ବିଭିନ୍ନ ରାଜ୍ୟରୁ ୧୮ ଖେଳାଳି ସାମିଲ ହୋଇଛନ୍ତି। ଭି ରମେଶ ରାଓ, ରାଖାଲ୍ ସେଠୀ, ପୂଜାସ୍ୱନି ନାୟକ ପୂର୍ବରୁ ଜାତୀୟ ଦଳରେ ସ୍ଥାନ ପାଇଥିଲା ବେଳେ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାଏଙ୍କୁ ପ୍ରଥମ ଥର ପାଇଁ ଏଥିଲାଗି ଚୟନ କରାଯାଇଛି। ଏହି ଚାରିଜଣ ବିଶ୍ୱକପ୍ରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ପାରା ସ୍ପୋର୍ଟସ ସଂଘ ଓଡ଼ିଶାର ସଭାପତି କମଳା କାନ୍ତ ରଥ, ସମ୍ପାଦକ ଲୋକନାଥ ମହାନ୍ତି।
ହୁଇଲ୍ ଚେୟାର ଫେନ୍ସିଂ ବିଶ୍ବକପ୍ ଦଳରେ ୪ ଓଡ଼ିଆ
Advertisment
Follow Us