Zee News
ରାଞ୍ଚି: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ତାଙ୍କ ଝିଅ ଜିଭାର ଏକ ଫଟୋକୁ ସୋସିଆଲ୍ ମିଡିଆରେ ସେୟାର୍ କରି ‘ଏବେକାର ପିଲାମାନେ ଭିନ୍ନ’ ବୋଲି ଲେଖିଛନ୍ତି। ସେ ଇନ୍ଷ୍ଟାଗ୍ରାମରେ ଯେଉଁ ଫଟୋ ସେୟାର୍ କରିଛନ୍ତି ସେଥିରେ ଜିଭା ଏବଂ ଅଭିନେତା ରଣବୀର ସିଂହ କଳା ଚଷମା ପିନ୍ଧିଥିବାର ଦେଖିବାକୁ ମିଳିଛନ୍ତି। ସୋସିଆଲ୍ ମିଡିଆରେ ଫଟୋ ନୁହେଁ, ଯଦି କିଛି ଚର୍ଚ୍ଚା ପାଲଟିଛି ତାହା ହେଉଛି ରଣବୀର ଚଷମା ଦେଖିବା ପରେ କୁନି ଝିଅର ପ୍ରତିକ୍ରିୟା।
Dailyhuntଫଟୋଟିକୁ ସେୟାର୍ କରି ଧୋନି ଲେଖିଛନ୍ତି, ‘ଜିଭା ରଣବୀରଙ୍କୁ ତାଙ୍କ ପରି ଚଷମା ପିନ୍ଧିଥିବାର ଦେଖି ଅଭିଯୋଗ କରିବା ଢଙ୍ଗରେ କହିଥିଲେ କି ସେ କାହିଁକି ମୋ ଚଷମା ପିନ୍ଧିଛନ୍ତି? ସେ ତା’ପରେ ଉପର ଘରକୁ ଯାଇ ତାଙ୍କ ନିଜ ଚଷମା ଖୋଜି ଆଣିଲେ। ତା’ପରେ କହିଲେ କି ମୋ ଚଷମା ମୋ ପାଖରେ ଅଛି। ଏବେକାର ପିଲାମାନେ ଭିନ୍ନ। ମୋତେ ସାଢ଼େ ୪ ବର୍ଷ ବୟସ ହୋଇଥିବା ବେଳେ ମୁଁ ଜାଣି ବି ପାରିନଥାନ୍ତି ଯେ ମୋ ପାଖରେ ସମାନ ଚଷମା ଅଛି ବୋଲି। ପରବର୍ତ୍ତୀ ମୁହୂର୍ତ୍ତରେ ସେ ରଣବୀରଙ୍କୁ ଭେଟିଲେ ନିଶ୍ଚୟ କହିବ ଯେ ମୋ ପାଖରେ ଆପଣଙ୍କ ପରି ଚଷମା ଅଛି।’
Follow Us