ହିମାନୀ ମୋର୍ କିଏ? ଜାଣନ୍ତୁ ନୀରଜଙ୍କ ପତ୍ନୀଙ୍କ ବିଷୟରେ

Advertisment

ଭାରତୀୟ ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ବିବାହ ଫଟୋ ପୋଷ୍ଟ କରିବା ମାତ୍ରେ ଖୁବ ଭାଇରାଲ ହୋଇଥିଲା। ପ୍ରଶଂସକମାନେ ତାଙ୍କ ପତ୍ନୀ ହିମାନୀଙ୍କ ବିଷୟରେ ଜାଣିବାକୁ ଅଧିକ ଆଗ୍ରହୀ ଥିବା ଦେଖାଯାଇଛି।

ଭାରତୀୟ ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ବିବାହ ଫଟୋ ପୋଷ୍ଟ କରିବା ମାତ୍ରେ ଖୁବ ଭାଇରାଲ ହୋଇଥିଲା। ପ୍ରଶଂସକମାନେ ତାଙ୍କ ପତ୍ନୀ ହିମାନୀଙ୍କ ବିଷୟରେ ଜାଣିବାକୁ ଅଧିକ ଆଗ୍ରହୀ ଥିବା ଦେଖାଯାଇଛି।

thimanii

ନୂଆଦିଲ୍ଲୀ: ଭାରତୀୟ କ୍ରୀଡା ଇତିହାସର ଅନ୍ୟତମ ମହାନ ଖେଳାଳି ତଥା ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ରବିବାର ଦିନ ହିମାନୀ ମୋରଙ୍କୁ ବିବାହ କରିଥିଲେ। ଚୋପ୍ରା ବିବାହ ସମାରୋହର ତିନୋଟି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ମାତ୍ରେ ପ୍ରଶଂସକମାନେ ତାଙ୍କର ବିବାହ ହୋଇସାରିଥିବା ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୂର୍ବରୁ କୌଣସି ଷ୍ଟାର ଦମ୍ପତ୍ତିଙ୍କ ବିବାହ ହେବାର ଥିଲେ ଏହାକୁ ନେଇ ଖୁବ ଚର୍ଚ୍ଚା ହୁଏ। ହେଲେ ନୀରଜଙ୍କ ବିବାହ ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଖବର ଥିଲା। ତେବେ ତାଙ୍କ ବିବାହ ପରେ ଲୋକେ ତାଙ୍କ ପତ୍ନୀଙ୍କ ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତ। ହିମାନୀ କିଏ ଏବଂ ତାଙ୍କ ପେସା କ’ଣ ତାହା ଜାଣିବାକୁ ଚାହିଛନ୍ତି ଲୋକେ। 

କୁହାଯାଉଛି ଯେ, ନୀରଜଙ୍କ ସ୍ତ୍ରୀଙ୍କ ପୂରା ନାମ ହିମାନୀ ମୋର ଏବଂ ସେ ସୋନିପତ ଜିଲ୍ଲାର ଲିଟିଲ୍ ଏଞ୍ଜେଲ୍ସ ପବ୍ଲିକ୍ ସ୍କୁଲରୁ ତାଙ୍କର ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିଥିଲେ। ସେ ଦକ୍ଷିଣପୂର୍ବ ଲୁଇସିଆନା ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିବା ଜଣେ ଟେନିସ୍ ଖେଳାଳି ଏବଂ ଫ୍ରାଙ୍କଲିନ୍ ପିଅର୍ସ ବିଶ୍ୱବିଦ୍ୟାଳୟରେ କିଛି ସମୟ ପାଇଁ ସ୍ୱେଚ୍ଛାସେବୀ ସହାୟକ ଟେନିସ୍ ପ୍ରଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ହିମାନୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରାଣ୍ଡା ହାଉସରେ ରାଜନୀତି ବିଜ୍ଞାନ ଏବଂ ଭୌତିକ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ଏବଂ ପରେ ସେ ତାଙ୍କର ଶିକ୍ଷା ଜାରି ରଖିବା ପାଇଁ ଆମେରିକା ଯାଇଥିଲେ। ଏବେ ସେ ଆମେରିକାରେ ପଢ଼ୁଛନ୍ତି।

Who is Himani Mor, wife of Olympic champion Neeraj Chopra? | Off the field  News - The Times of India

ନୀରଜଙ୍କ ଦାଦା କହିଛନ୍ତି ଯେ, "୨ଦିନ ତଳେ ବିବାହ ହୋଇଥିଲା। ଏବେ ସେମାନେ ହନିମୁନ୍ ପାଇଁ ଚାଲିଯାଇଛନ୍ତି। କେଉଁଠାରେ ବିବାହ ହୋଇଥିଲା ଏବଂ ସେ ଏବେ କେଉଁଠାକୁ ଯାଇଛନ୍ତି ତାହା ମୁଁ କହିପାରିବି ନାହିଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe