Image Courtesy of Zee News
ନୂଆଦିଲ୍ଲୀ: ଆଣ୍ଟିଗୁଆର କୁଲିଗ୍ କ୍ରିକେଟ୍ ଗ୍ରାଉଣ୍ଡ୍ରେ ୱେଷ୍ଟଇଣ୍ଡିଜ୍ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟି-୨୦ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରଣ ପୋଲାର୍ଡ ଆଜି ଗୋଟିଏ ଓଭର୍ରେ ୬ଟି ଛକା ମାରି ରେକର୍ଡ ସୃଷ୍ଟି କରିଛନ୍ତି। ସାର୍ ଗ୍ୟାରି ସୋବର୍ସଙ୍କ ପରେ ଗୋଟିଏ ଓଭର୍ରେ ୬ଟି ଛକା ମାରିବାରେ ସେ କ୍ୟାରିବୀୟ ଅଞ୍ଚଳର ଦ୍ୱିତୀୟ ଖେଳାଳି ହେବାର ମର୍ଯ୍ୟାଦା ପାଇଛନ୍ତି।
ଷଷ୍ଠ ଓଭର୍ରେ ଶ୍ରୀଲଙ୍କାର ଅଫ୍-ସ୍ପିନର୍ ଅକିଲା ଧନଞ୍ଜୟଙ୍କ ବୋଲିଙ୍ଗ୍ ବିପକ୍ଷରେ ବ୍ୟାଟିଙ୍ଗ୍ କରି ପୋଲାର୍ଡ ଏହି ୬ଟି ଛକା ମାରିବାର ଗୌରବ ଅର୍ଜନ କରିଛନ୍ତି।
କ୍ରିକେଟ୍ ଇତିହାସରେ ଗୋଟିଏ ଓଭର୍ରେ ୬ଟି ଛକା ମାରିବାରେ ପୋଲାର୍ଡ ହେଲେ ଅଷ୍ଟମ ଖେଳାଳି। ୧୯୬୮ରେ ପ୍ରଥମେ ସୋବର୍ସ ଇଂଲଣ୍ଡ୍ର ଗ୍ଲମ୍ଗନ୍ରେ ମାଲ୍କମ୍ ନ୍ୟାସ୍ଙ୍କ ବଲ୍ରେ ୬ଟି ଛକା ମାରି ରେକର୍ଡ ହାସଲ କରିଥିଲେ। ଏହାପରେ ୧୯୮୫ରେ ଭାରତୀୟ କ୍ରିକେଟ୍ ଖେଳାଳି ରବି ଶାସ୍ତ୍ରୀ ବରୋଦାର ବାମହାତୀ ସ୍ପିନର୍ ତିଳକ ରାଜଙ୍କ ବଲ୍କୁ ମୁକାବିଲା କରିବାକୁ ଯାଇ ଗୋଟିଏ ଓଭର୍ରେ ୬ଟି ଛକା ମାରି ରେକର୍ଡ କରିବାରେ ଦ୍ୱିତୀୟ ବ୍ୟାଟ୍ସ୍ମ୍ୟାନ୍ ହେବାର ମାନ୍ୟତା ପାଇଥିଲେ।
Image Courtesy of AajTakଟି-୨୦ ମ୍ୟାଚ୍ରେ ପୋଲାର୍ଡଙ୍କ ପୂର୍ବରୁ ଏହି ଗୌରବ ହାସଲ କରିବାରେ ଏକମାତ୍ର ବ୍ୟାଟ୍ସ୍ମ୍ୟାନ୍ ଥିଲେ ଭାରତର ଯୁବରାଜ ସିଂହ। ୨୦୦୭ରେ ଡର୍ବାନ୍ରେ ଅନୁଷ୍ଠିତ ଟି-୨୦ ବିଶ୍ୱ କପ୍ ଖେଳରେ ଇଂଲଣ୍ଡ୍ର ଷ୍ଟିଓ୍ଵାର୍ଟ ବ୍ରଡ୍ଙ୍କ ବଲ୍ରେ ସେ ୬ଟି ଛକା ମାରିଥିଲେ।
ସେହିଭଳି ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସ୍ମ୍ୟାନ୍ ୨୦୦୭ରେ ଗିବ୍ସ୍ରେ ଆୟୋଜିତ ବିଶ୍ୱକପ୍ରେ ନେଦର୍ଲାଣ୍ଡ୍ସ୍ ବିପକ୍ଷରେ ଖେଳି ଗୋଟିଏ ଓଭର୍ରେ ୬ଟି ଛକା ମାରିଥିଲେ।
Follow Us