ଧୋନି ଓ ଡି’ଭିଲିୟର୍ସ ପୁଣି ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବେ?

Advertisment
ଧୋନି ଓ ଡି’ଭିଲିୟର୍ସ ପୁଣି ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବେ?

Kashmir Sports Watch

ନୂଆଦିଲ୍ଲୀ: ବିଶ୍ବ କ୍ରିକେଟ୍‌ର ଦୁଇ ସଫଳ ତାରକା ମହେନ୍ଦ୍ର ସିଂହ ଧୋନି ଏବଂ ଏବି ଡି’ଭିଲିୟର୍ସ ପୁଣି ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିପାରିବେ କି ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ। ଏହି ଦୁଇ ଜଣଙ୍କର ବିଶାଳ ପ୍ରଶଂସକ ଗୋଷ୍ଠୀ ମଧ୍ୟ ରହିଛି। ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେବା ଅବସରରେ ପୂର୍ବତନ ଭାରତୀୟ ଖେଳାଳି ଆକାଶ ଚୋପ୍ରା ଆଶା ‌ଦେଖାଇଛନ୍ତି। ଆକାଶ କହିଛନ୍ତି ଉଭୟ ଅନ୍ତର୍ଜାତୀୟ କ୍ରିକେଟ୍‌ ‌ପୁଣି ଖେଳିପାରିବେ। ଧୋନିଙ୍କ ପ୍ରସଙ୍ଗରେ ଚୋପ୍ରା କହିଥିଲେ ‘ଧୋନି ଫେରିବେ କି ନା କେବଳ ସେ କହିପାରିବେ’ ତଥାପି ଏହା ଦଳୀୟ ମ୍ୟାନେଜମେଣ୍ଟ୍‌ ଉପରେ ନିଷ୍ପତ୍ତି ରହିବ। ତାଙ୍କ ଆଇପିଏଲ୍‌ ପ୍ରଦର୍ଶନ ପ୍ରତ୍ୟାବର୍ତନ ଦିଗରେ ନିର୍ଣ୍ଣାୟକ ଭୂମିକା ହେବ ନାହିଁ ବୋଲି ଚୋପ୍ରା ପ୍ରକାଶ କରିଛନ୍ତି।

ସେ ଯଦି ଉପଲବ୍‌ଧ ‌ହେବେ ଏବଂ ଭାରତ ନିଶ୍ଚିତ ତାଙ୍କୁ ଖେଳାଇବ’ ବୋଲି ଚୋପ୍ରା ତାଙ୍କ କାର୍ଯ୍ୟକ୍ରମ ଆକାଶବାଣୀ ଅବସରରେ କହିଥିଲେ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକୀୟ ତାରକା ଏବି ଡି’ଭିଲିୟର୍ସ ଏବେ ଭଲ ଫର୍ମରେ ଥିବାରୁ ପ୍ରତ୍ୟାବର୍ତନ କରିବାରେ କିଛି ଅସୁବିଧା ନାହିଁ ବୋଲି ସେ କହିଥିଲେ। ଦୁଇ ଦିନ ତଳେ ସେଞ୍ଚୁରିଅନ୍‌ରେ ଅନୁଷ୍ଠିତ ୩ ଦଳୀୟ ସଲିଡାରିଟି କପ୍‌ରେ ଏବିଡି ୨୪ ବଲ୍‌ରୁ ୬୧ ରନ୍ କରିଥିଲେ। ଚଳିତ ବ‌ର୍ଷ ‌କିମ୍ବା ଆସନ୍ତାବର୍ଷ ଟି-୨୦ ବିଶ୍ବକପ୍‌ ହେଲେ ଏବିଡିଙ୍କ ଖେଳିବାରେ କିଛି ଅସୁବିଧା ରହିବ ନାହିଁ ବୋଲି ମୋର ବିଶ୍ବାସ ବୋଲି ଚୋପ୍ରା ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe