ଆଇପିଏଲ ୨୦୨୫‌ ଖେଳିବେ କି ଧୋନି? ଏଭଳି ଉତ୍ତର ଦେଲେ ରାଇନା

ଆଇପିଏଲ ୨୦୨୫‌ ଖେଳିବେ କି ଧୋନି? ଏଭଳି ଉତ୍ତର ଦେଲେ ରାଇନା

ନୂଆଦିଲ୍ଲୀ: ଆଇପିଏଲର ପ୍ରଥମ ସିଜିନରୁ ଏମଏସ ଧୋନି କ୍ରମାଗତ ଭାବରେ ଖେଳିଆସୁଛନ୍ତି। ସେ ଶେଷ ଥର ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଆଇପିଏଲ୍ ୨୦୨୪ର ୬୮ତମ ମ୍ୟାଚ୍ ଖେଳିଥିଲେ। ହେଲେ ଚେନ୍ନାଇ ଏହି ମ୍ୟାଚ୍‌ରେ ଜିତିପାରିନଥିଲା। ବର୍ତ୍ତମାନ କୁହାଯାଉଛି ଯେ ଏହା ଥିଲା ଏମଏସ ଧୋନିଙ୍କର ଶେଷ ସିଜିନ୍। ସେ ୨୦୨୫ରେ ଆଇପିଏଲ ଖେଳିବେ ନାହିଁ। କିନ୍ତୁ ଧୋନିଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କିଛି କୁହାଯାଇ ନାହିଁ।

ଏମଧ୍ୟରେ ତାଙ୍କର ଭଲ ବନ୍ଧୁ ତଥା କ୍ରିକେଟର ସୁରେଶ ରାଇନା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, "ଧୋନିଙ୍କୁ ଖେଳିବା ଦରକାର ଓ ସେ ଖେଳିବେ ମଧ୍ୟ। ସିଏସକେର ଅଧିନାୟକ ରୁତୁରାଜ ଗାଏକ୍ବାଡ଼ ଏଯାଏ ପରିପକ୍ବ ହୋଇନାହାନ୍ତି। ତାଙ୍କୁ ସବୁଜିନିଷ ଶିଖିବା ପାଇଁ  ସମୟ ଲାଗିବ। ଏଥିପାଇଁ ଧୋନି ଭାଇ ତାଙ୍କ ପାଖରେ ରହିବା ଉଚିତ୍। ମୁଁ ଚାହୁଁଛି ସେ ଆଉ ଏକ ସିଜିନ ଖେଳନ୍ତୁ ଏବଂ ତାଙ୍କର ଶେଷ ମ୍ୟାଚ୍ ଚେନ୍ନାଇରେ ଖେଳନ୍ତୁ।"

ଅନ୍ୟପକ୍ଷରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଧୋନିଙ୍କ ସହ ଖେଳିଥିବା ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ମାଥ୍ୟୁ ହେଡେନ ଧୋନିଙ୍କ ଅବସର ନେଇ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, "ମୁଁ ଭାବୁଛି ଏହା ଧୋନିଙ୍କର ଶେଷ ମ୍ୟାଚ୍ ଥିଲା। କିନ୍ତୁ ଏହା ନିଶ୍ଚିତ ଭାବେ ତାଙ୍କର ଶେଷ ସିଜିନ ହେବ ନାହିଁ। ଯଦି ସେ ଆଗାମୀ ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସର ଜଣେ କୋଚ୍ ଭାବେ ଯୋଗ ନ ଦିଅନ୍ତି ତେବେ ମୁଁ ବହୁତ ଆଶ୍ଚର୍ଯ୍ୟ ହେବି।"

ଉଲ୍ଲେଖଯୋଗ୍ୟ, ଚେନ୍ନାଇ ସୁପର୍ କିଙ୍ଗ୍ସକୁ ବିଦାୟ ରାସ୍ତା ଦେଖାଇ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅପ୍ରତ୍ୟାଶିତ ଭାବେ ପ୍ଲେଅଫ୍ ଯୋଗ୍ୟତା ଅର୍ଜନ କରି ନେଇଛି। ଆର୍‌ସିବି ୨୧୮ ରନ୍ କରିନେବା ପରେ ସିଏସ୍‌କେକୁ ୧୯୧ ରନ୍‌ରେ ରୋକିଦେଇଥିଲା। ଉଭୟ ଦଳ ୧୪ ପଏଣ୍ଟରେ ପହଞ୍ଚିଯିବାରୁ ଉନ୍ନତ ଏନ୍‌ଆର୍‌ଆର୍‌ ବଳରେ ଆର୍‌ସିବି ପ୍ଲେଅଫ୍‌ର ଚତୁର୍ଥ ସ୍ଥାନଟି ଦଖଲ କରି ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe