ଭାରତରେ ବିଶ୍ୱକପ ଖେଳିବାକୁ ଆସିବ ନାହିଁ କି ପାକିସ୍ତାନ! ପ୍ରଧାନମନ୍ତ୍ରୀ ନେଲେ ଏହି ନିଷ୍ପତ୍ତି

Advertisment
ଭାରତରେ ବିଶ୍ୱକପ ଖେଳିବାକୁ ଆସିବ ନାହିଁ କି ପାକିସ୍ତାନ! ପ୍ରଧାନମନ୍ତ୍ରୀ ନେଲେ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତରେ ଖେଳାଯିବାକୁ ଥିବା ଆଇସିସି ଦିନିକିଆ ବିଶ୍ବକପ୍‌ର ଖେଳସୂଚୀ ଅନୁସାରେ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହିତ ଭାରତର ମୁକାବିଲା ଅକ୍ଟୋବର ୧୫ ତାରିଖରେ ହେବ। ଏହି ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯିବ। ସେହିପରି ଏହି ମେଗା ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଅକ୍ଟୋବର ୫ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ତେବେ ବିଶ୍ୱକପରେ ପାକିସ୍ତାନ ଭାଗ ନେବା ଉପରେ ଏବେ ବି ସନ୍ଦେହ ରହିଛି | ଏହାରି ଭିତରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋଙ୍କ ନେତୃତ୍ୱରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ଭାରତ-ପାକିସ୍ତାନ ସମ୍ପର୍କର ସମସ୍ତ ଦିଗ, କ୍ରୀଡା ଏବଂ ରାଜନୀତିକୁ ପୃଥକ ରଖିବା ପାଇଁ ସରକାରଙ୍କ ନୀତି ଓ ଖେଳାଳି, ଅଧିକାରୀ, ପ୍ରଶଂସକ ଏବଂ ଗଣମାଧ୍ୟମ ପାଇଁ ଭାରତର ସ୍ଥିତି ଉପରେ ସମୀକ୍ଷା କରି ରିପୋର୍ଟ ଦେବ । ଏହା ପରେ ହିଁ ପାକିସ୍ତାନ ସରକାର ଖେଳାଳିଙ୍କୁ ପଠାଇବେ ନା ନାହିଁ ସେନେଇ ନିଷ୍ପତ୍ତି ନେବେ |

ପିସିବି(ପାକିସ୍ତାନ କ୍ରିକେଟ ବୋର୍ଡ) ପକ୍ଷରୁ କୁହାଯାଇଛି ଯେ ଦୁଇ ଦେଶ ମଧ୍ୟରେ ତିକ୍ତତା କାରଣରୁ ଟିମ ଭାଗ ନେବ କି ନାହିଁ ଏହା ସରକାରୀ ଅନୁମୋଦନ ଉପରେ ନିର୍ଭର କରିବ। କମିଟିର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ମନ୍ତ୍ରୀ ଅହସାନ ମଜାରୀ, ମରିୟମ ଆଉରଙ୍ଗଜେବ, ଆସାଦ ମହମୁଦ, ଅମିନ-ଉଲ-ହକ, କମର ଜମାନ ଏବଂ ପୂର୍ବତନ କୂଟନୀତିଜ୍ଞ ତାରିକ ଫାତମି ଅଛନ୍ତି। ସଂପୃକ୍ତ ମନ୍ତ୍ରୀମାନେ ପୂର୍ବରୁ ପିସିବିକୁ ସୂଚିତ କରିଛନ୍ତି ଯେ ପାକିସ୍ତାନ ଟିମ ଯେଉଁଠାରେ ମ୍ୟାଚ୍ ଖେଳିବାକୁ ସ୍ଥିର ହୋଇଛି ସେହି ମ୍ୟାଚ୍ ସ୍ଥାନଗୁଡିକୁ ଯାଞ୍ଚ କରିବା ପାଇଁ ଭାରତକୁ ଏକ ଉଚ୍ଚ ସ୍ତରୀୟ ସୁରକ୍ଷା ପ୍ରତିନିଧି ପଠାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe