ରବିବାର ଚେନ୍ନାଇ ଏଫ୍ସି ବିପକ୍ଷ ମ୍ୟାଚ୍ ଜାମସେଦପୁର ଏଫସି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ହେଲେ ଚେନ୍ନାଇକୁ ଏହି ଦଳ ହରାଇ ପାରି ନଥିଲା। ନିର୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେଇ ସମାନ ସ୍ତରେ ରହିବା ପରେ ପଏଣ୍ଟ ବାଣ୍ଟିବାକୁ ବାଧ୍ୟ ହୋଇଥିଲା। ଗତ ରବିବାର ମ୍ୟାଚ୍ ହାତରୁ ଯିବା ପରେ ଆସନ୍ତା ରବିବାର ମ୍ୟାଚ୍ ଜାମସେଦପୁର ପାଇଁ କର ମର ହୋଇଛି। ସେଥିପାଇଁ ଏହି ମ୍ୟାଚ୍ ଜିତିବାରୁ ସବୁ ବଳ ଖଟାଇ ଦେବୁ ବୋଲି ଦଳର ସହକାରୀ ପ୍ରଶିକ୍ଷକ ଇସଫାକ୍ ଅହମ୍ମଦ କହିଛନ୍ତି। ଜାମସେଦପୁର ରକ୍ଷଣାତ୍ମକ ଖେଳ ଏବଂ ଦୃଢ଼ ତଥା ଶକ୍ତିଶାଳୀ ରକ୍ଷଣଭାଗ ପାଇଁ ପରିଚିତ ହୋଇଥିଲେ ମଧ୍ୟ ବେଙ୍ଗାଲୁରୁ ବିପକ୍ଷରେ ଆକ୍ରମଣାତ୍ମକ ଖେଳ ଖେଳିବୁ ବୋଲି ସେ କହିଛନ୍ତି। କଳିଙ୍ଗ ଷ୍ଟାଡିୟମ୍ ଆମ ଘରୋଇ ପଡ଼ିଆ। ଏଠାରେ ଆମେ ଆକ୍ରମଣାତ୍ମକ ଫୁଟ୍ବଲ୍ ଖେଳିବୁ। କେବଳ ଜିତିବାକୁ ପଡ଼ିଆକୁ ଓହ୍ଲାଇବୁ ବୋଲି ଇସଫାକ୍ ବିମାନ ବନ୍ଦରରେ କହିଥିଲେ।
ଜିତିବା ପାଇଁ ଖେଳିବୁ: ଇସ୍ଫାକ୍
Advertisment
Follow Us