ଦଳକୁ ଭଲ ସ୍ଥିତିରେ ରଖି ଅବସର ନେବୁ: କୋହଲି

ଭାରତୀୟ କ୍ରିକେଟ୍ ଦଳର ଧ୍ରୁବତାରା ବିରାଟ କୋହଲି ସାଥୀ ଖେଳାଳିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଦଳର ଗଭୀରତା ନେଇ ଖୁସି ଜାହିର କରିବା ସହ ଆସନ୍ତା‌ ୮ବର୍ଷ ପର୍ଯ୍ୟନ୍ତ ବିଶ୍ବ କ୍ରିକେଟ୍‌ରେ ପତିଆରା...

dgdgcvg

ଭାରତୀୟ କ୍ରିକେଟ୍ ଦଳର ଧ୍ରୁବତାରା ବିରାଟ କୋହଲି ସାଥୀ ଖେଳାଳିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଦଳର ଗଭୀରତା ନେଇ ଖୁସି ଜାହିର କରିବା ସହ ଆସନ୍ତା‌ ୮ବର୍ଷ ପର୍ଯ୍ୟନ୍ତ ବିଶ୍ବ କ୍ରିକେଟ୍‌ରେ ପତିଆରା ଜାହିର କରିବାର ଦକ୍ଷତା ଓ ଶକ୍ତି ଏବେକାର ଭାରତୀୟ ଦଳର ଅଛି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେହିଭଳି ଅବସର ନେବା ପୂର୍ବରୁ ଭାରତୀୟ ଦଳକୁ ଭଲ ସ୍ଥିତିରେ ଦେଖିବା ତାଙ୍କର ଏକମାତ୍ର ଆଶା ବୋଲି ସଙ୍କେତ ଦେଇଛନ୍ତି। ଭାରତର ଐତିହାସିକ ବିଜୟ ପରେ କୋହଲି କହିଛନ୍ତି, ଯେତେବେଳେ ବି କ୍ରିକେଟ୍ ଛାଡ଼ିବି, ଭାରତୀୟ ଦଳକୁ ଭଲ ସ୍ଥିତିରେ ଦେଖିବାକୁ ଚାହିବି।

ମୁଁ ଭାବୁଛି ଆଗାମୀ ଏକ ଦଶନ୍ଧି ଧରି ବିଶ୍ବ କ୍ରିକେଟ୍‌ରେ ଆଧିପତ୍ୟ ବିସ୍ତାର କରିବା ଭଳି ଦଳ ଆମ ପାଖରେ ଅଛି। ଶୁବମନ ଚମତ୍କାର ଖେଳୁଛନ୍ତି, ଆୟର କେତେକ ଜବରଦସ୍ତ ପାଳି ଖେଳିଛନ୍ତି, କେଏଲ୍ ରାହୁଲ ଭଲ ଫିନିସ୍ କରୁଛନ୍ତି। ହାର୍ଦିକ ମଧ୍ୟ ବ୍ୟାଟ୍‌ରେ ବିସ୍ମୟ କରି ଚାଲିଛନ୍ତି। ଅଷ୍ଟ୍ରେଲିଆ ଗସ୍ତର ବିଫଳତା ପରେ ଆମେ ଧମାକାଦାର ପ୍ରତ୍ୟାବର୍ତ୍ତନ କରିବାକୁ ସ୍ବପ୍ନ ଦେଖିଥିଲୁ। ଏହି ସ୍ବପ୍ନ ଏବେ ପୂରଣ ହୋଇଛି। ଚାମ୍ପିଅନ୍ସ ଟ୍ରଫି ଭଳି ବଡ଼ ପ୍ରତିଯୋଗିତା ଜିତିବାର ମଜା ସତରେ ନିଆରା। ଆମ ଡ୍ରେସିଂ ରୁମ୍‌ରେ ଏବେ ପ୍ରତିଭାର ଅଭାବ ନାହିଁ। ସେମାନେ ସମସ୍ତେ ନିଜନିଜ ଖେଳକୁ ଆହୁରି ଉଚ୍ଚକୁ ନେବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି। ଆମ ଭଳି ବରିଷ୍ଠମାନେ ନିଜନିଜ ଅଭିଜ୍ଞତା ବାଣ୍ଟି ଖୁସି ହେଉଛୁ। ଏହା ହିଁ ଏହି ଦଳକୁ ଏତେ ଶକ୍ତିଶାଳୀ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe