ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ପରେ ଏବେ ରାଜନୀତିରେ ଯୋଗ ଦେବେ ରୋହିତ୍ !

xq

ମୁମ୍ବାଇ: ହିଟ୍ ମ୍ୟାନ୍ ତଥା ଭାରତୀୟ ଅଧିନାୟକ ରୋହିତ ଶର୍ମା ମେ’ ୭ତାରିଖରେ ଟେଷ୍ଟ୍ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିଲେ। ଇଂଲଣ୍ଡ ଗସ୍ତରେ ତାଙ୍କୁ ଅଧିନାୟକ ପଦରୁ ହଟାଇବାକୁ ଚୟନକର୍ତ୍ତା ନୀତିଗତ ନିଷ୍ପତ୍ତି ନେଇ ସାରିଥିବାର ଖବର ପଦାକୁ ଆସିବାର କିଛି ସମୟ ଭିତରେ ହିଁ ରୋହିତ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଲେଖି ଟେଷ୍ଟ୍‌ରୁ ଅବସର ଘୋଷଣା କରିଥିଲେ। ତେବେ ପୂର୍ବଭଳି ସେ ଦିନିକିଆ କ୍ରିକେଟ୍ ଖେଳିବା ଜାରି ରଖିବେ। 

ତେବେ ଟେଷ୍ଟ୍ କ୍ରିକେଟ୍‌ରୁ ସନ୍ନ୍ୟାସ ନେବା ପରେ ରୋହିତ୍ ରାଜନୀତିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମୁମ୍ବାଇରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ବର୍ଷା ବଙ୍ଗଳାରେ ରୋହିତ ଶର୍ମାଙ୍କୁ ଭେଟିଥିଲେ। ଏହି ସମୟର ଏକ ଫଟୋ ଭାଇରାଲ ହେବା ପରେ ଏବେ ସେ ରାଜନୀତିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

ରୋହିତଙ୍କ ସହ ଫଟୋ ସେୟାର କରି ଦେବେନ୍ଦ୍ର ଫଡନାଭିସ୍ ଲେଖିଛନ୍ତି ଯେ, "ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ମୋର ସରକାରୀ ବାସଭବନ ବର୍ଷାରେ ସ୍ୱାଗତ କରିବା, ତାଙ୍କ ସହ ସାକ୍ଷାତ କରିବା ଏବଂ ତାଙ୍କ ସହିତ ଅନେକ ବିଷୟରେ ଆଲୋଚନା କରି ଭଲ ଲାଗିଲା। ଟେଷ୍ଟ କ୍ରିକେଟରୁ ଅବସର ଏବଂ ତାଙ୍କ ଯାତ୍ରାର ପରବର୍ତ୍ତୀ ଅଧ୍ୟାୟରେ ସଫଳତା ପାଇଁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଇଲି।"

ଫଡନାଭିସ୍‌ଙ୍କ ଏହି ପୋଷ୍ଟ ପରେ ଲୋକେ ରୋହିତଙ୍କୁ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ ବୋଲି କହିବା ସହ କେହି କେହି ତାଙ୍କୁ ଆଗାମୀ ପ୍ରଧାନମନ୍ତ୍ରୀ ବୋଲି କମେଣ୍ଟରେ ଲେଖିଥିବା ଦେଖାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe