ୱିମ୍ବିଲଡନ୍‌ ଓପନ୍‌ ଗ୍ରାଣ୍ଡ୍‌ସ୍ଲାମ୍‌ ଟେନିସ୍‌: ହାଲେପ-ରିବାକିନା ସେମିଫାଇନାଲ

Advertisment
ୱିମ୍ବିଲଡନ୍‌ ଓପନ୍‌ ଗ୍ରାଣ୍ଡ୍‌ସ୍ଲାମ୍‌ ଟେନିସ୍‌: ହାଲେପ-ରିବାକିନା ସେମିଫାଇନାଲ

The Indian Express

ଲଣ୍ଡନ: ରୋମାନିଆର ସିମୋନା ହାଲେପ ଏବଂ କାଜାକସ୍ତାନର ଏଲିନା ରିବାକିନା ଚଳିତ ୱିମ୍ବିଲଡନ୍‌ ଓପନ୍‌ ଗ୍ରାଣ୍ଡ୍‌ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତାର ମହିଳା ଏକକ ସେମିଫାଇନାଲ୍‌ରେ ମୁହାଁମୁହିଁ ହେବେ। ବୁଧବାର ଶେଷ ଦୁଇ କ୍ବାର୍ଟର ଫାଇନାଲ୍‌ରେ ୧୬ତମ ମାନ୍ୟତାପ୍ରାପ୍ତ ହାଲେପ ୨୦ତମ ମାନ୍ୟତାପ୍ରାପ୍ତ ଆମେରିକାର ଅମାନ୍ଦ ଆନିଶିନୋଭାଙ୍କୁ ସିଧାସଳଖ ୬-୨ ଓ ୬-୪ ସେଟ୍‌ରେ ପରାସ୍ତ କରିଥିଲା ବେଳେ ସପ୍ତଦଶ ମାନ୍ୟତାପ୍ରାପ୍ତ ରିବାକିନା ୪-୬, ୬-୨ ଓ ୬-୩ ସେଟ୍‌ରେ ଅଷ୍ଟ୍ରେଲିଆର ଆଜ୍‌ଲା ତାମ୍‌ଜାନୋଭିକ୍‌ଙ୍କୁ ପରାସ୍ତ କରି ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଥିଲେ। ଏହା ପୂର୍ବରୁ ମଙ୍ଗଳବାର ଦ୍ବିତୀୟ କ୍ବାର୍ଟର ଫାଇନାଲ୍‌ରେ ତୃତୀୟ ମାନ୍ୟତାପ୍ରାପ୍ତ ତୁନିସିଆ ଖେଳାଳି ଓନ୍‌ସ ଜାବେଉର କଡ଼ା ସଂଘର୍ଷ କରି ଚେକ୍‌ ଗଣରାଜ୍ୟ ପ୍ରତିଦ୍ବନ୍ଦ୍ବୀ ମାରି ବୋଜ୍‌କୋଭାଙ୍କୁ ୩-୬, ୬-୧ ଓ ୬-୧ ସେଟ୍‌ରେ ପରାସ୍ତ କରି କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେମିଫାଇନାଲ୍‌ରେ ତାଙ୍କର ମୁକାବିଲା ୧୦୩ତମ ମାନ୍ୟତାପ୍ରାପ୍ତ ଜର୍ମାନି ଲଳନା ତାତିଆନା ମାରିଆଙ୍କ ସହ ହେବ।

କିର୍ଗିଅସ୍‌, ନୋରି, ସେମିରେ ବୁଧବାର ତୃତୀୟ କ୍ବାର୍ଟର ଫାଇନାଲ୍‌ରେ ଚିଲିର କ୍ରିଷ୍ଟିଆନ୍‌ ଗାରିଙ୍କୁ ସିଧାସଳଖ ୬-୪, ୬-୩ ଓ ୭-୬ ସେଟ୍‌ରେ ପରାସ୍ତ କରି ଅଷ୍ଟ୍ରେଲିଆର ନିକ୍‌ କିର୍ଗିଅସ୍‌ ପୁରୁଷ ଏକକ ସେମିଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ସେହିପରି ନବମ ମାନ୍ୟତାପ୍ରାପ୍ତ ବ୍ରିଟେନ ତାରକା କାମେରନ ନୋରି ମଙ୍ଗଳବାର ରାତିରେ ଖେଳାଯାଇଥିବା ୫ ସେଟ୍‌ ବିଶିଷ୍ଟ ତୀବ୍ର ସଂଘର୍ଷପୂର୍ଣ୍ଣ କ୍ବାର୍ଟର ଫାଇନାଲ୍‌ରେ ଅଣମାନ୍ୟତାପ୍ରାପ୍ତ ବେଲ୍‌ଜିୟମ ତାରକା ଡେଭିଡ୍‌ ଗଫିନଙ୍କୁ ୩-୬, ୭-୫, ୨-୬, ୬-୩ ଓ ୭-୫ ସେଟ୍‌ରେ ପରାସ୍ତ କରି ନୋରି ତାଙ୍କ କ୍ୟାରିୟରର ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍‌ ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି। ସେମିଫାଇନାଲ୍‌ରେ ତାଙ୍କର ମୁକାବିଲା ଶୀର୍ଷ ମାନ୍ୟତା ସର୍ବିୟା ତାରକା ନୋଭାକ ଜୋକୋଭିକଙ୍କ ସହ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe