ୱିମ୍ବଲଡନ୍‌ ଟେନିସ ପ୍ରତିଯୋଗିତା: ଭେନସ୍‌, ସ୍ବିତୋଲିନାଙ୍କୁ ୱାଇଲ୍‌ଡ କାର୍ଡ

Advertisment
ୱିମ୍ବଲଡନ୍‌ ଟେନିସ ପ୍ରତିଯୋଗିତା: ଭେନସ୍‌, ସ୍ବିତୋଲିନାଙ୍କୁ ୱାଇଲ୍‌ଡ କାର୍ଡ

ଲଣ୍ଡନ: ସାତ ଥରର ଗ୍ରାଣ୍ଡ ସ୍ଲାମ ବିଜୟିନୀ ଭେନସ୍‌ ୱିଲିୟମ୍ସ ଏବଂ ପୂର୍ବତନ ୩ ନମ୍ବର ଏଲିନା ସ୍ବିତୋଲିନାଙ୍କୁ ଆସନ୍ତା ମାସ ୩ରୁ ଆରମ୍ଭ ହେବାକୁ ଥିବା ୱିମ୍ବଲଡନ୍‌ ଟେନିସ ପ୍ରତିଯୋଗିତାରେ ୱାଇଲ୍‌ଡ କାର୍ଡ ମିଳିଛି। ୫ ମାସ ଆହତ ଯୋଗୁଁ ଟେନିସଠୁ ଦୂରେଇ ରହିଥିବା ୪୩ ବର୍ଷୀୟା ୱିଲିୟମ୍ସ ଚଳିତ ମାସରେ କୋର୍ଟକୁ ଫେରିଛନ୍ତି। ସଂପ୍ରତି ୱିଲିୟମ୍ସଙ୍କ ମାନ୍ୟତା ୬୯୭ ରହିଛି। ୟୁକ୍ରେନର ସ୍ବିତୋଲିନା ଫ୍ରେଞ୍ଚ ଓପନ୍‌ କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲେ। ଏମାନଙ୍କ ସହ ବ୍ରିଟିସ୍‌ର ଏକ ନମ୍ବର କାଟି ବୋଲ୍‌ଟରଙ୍କୁ ମଧ୍ୟ ୱାଇଲ୍‌ଡ କାର୍ଡ ଦିଆଯାଇଛି ବୋଲି ୱିମ୍ବଲଡନ୍‌ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ପୁରୁଷରେ ଲିଅମ ବ୍ରୋଡି, ଜାନ୍‌ ଚୋଇନସ୍କି, ଅର୍ଥୁର ପେରି, ଡେଭିଡ ଗଫିନ, ଜର୍ଜ ଲୋଫାଗେନ ଓ ରିଆନ୍‌ ପେନିଷ୍ଟନଙ୍କୁ ୱାଇଲ୍‌ଡ କାର୍ଡ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe