ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ବଲ ବିକୃତ କରି ୪ଟି ମ୍ୟାଚରୁ ନିକୋଲାସ ପୂରନ ନିଲମ୍ବିତ

ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ବଲ ବିକୃତ କରି ୪ଟି ମ୍ୟାଚରୁ ନିକୋଲାସ ପୂରନ ନିଲମ୍ବିତ

Navbharat Times

ଦୁବାଇ: ୱେଷ୍ଟଇଣ୍ଡିଜ୍‌ର ଓ୍ଵିକେଟ୍‌କିପର ବ୍ୟାଟସ୍‌ମ୍ୟାନ୍‌ ନିକୋଲାସ ପୂରନ ଆଫଗାନିସ୍ତାନ ବିପକ୍ଷ ୩ୟ ଦିନିକିଆ ମ୍ୟାଚରେ ବଲ ବିକୃତ ଘଟଣା ସ୍ୱୀକାର କରିବା ପରେ ତାଙ୍କୁ ୪ଟି ମ୍ୟାଚ୍‌ରୁ ନିଲମ୍ବନ କରି ଦିଆଯାଇଛି। ପୂରନ ଅପରାଧ ପାଇଁ ସାର୍ବଜନିକ ଭାବେ ଭୁଲ ମାଗିିଛନ୍ତି। ପୂରନ ଏବେ ୱେଷ୍ଟଇଣ୍ଡିଜ୍‌ ତରଫରୁ ଅନ୍ୟ ୪-ଟି ଟି-୨୦ ମ୍ୟାଚ୍‌ ଖେଳିପାରିବେ ନାହିଁ। ଏତଦ ବ୍ୟତୀତ ତାଙ୍କ କ୍ୟାରିୟରରେ ୫ ଖରାପ ପଏଣ୍ଟ ଯୋଡ଼ାଯାଇଛି।

ତୃତୀୟ ଦିନିକିଆ ଲକ୍ଷ୍ନୌରେ ସୋମବାର ଖେଳାଯାଇଥିଲା। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏକ ବୟାନରେ କହିଛି ଯେ, ଖେଳାଳି ଓ ସହକର୍ମୀ ସହିତ ଜଡ଼ିତ ଆଇସିସି ଆଚରଣ ବିଧିର ଲେବେଲ-୩ ଉଲଂଘନ କରିବା ନେଇ ସ୍ୱୀକାର କରିବା ପରେ ନିକୋଲାସଙ୍କୁ ୪ଟି ମ୍ୟାଚ୍‌ରୁ ନିଲମ୍ବନ କରାଯାଇଛି। ଭିଡିଓ ଫୁଟେଜରେ ଦେଖାଯାଇଥିଲା ଯେ, ଏହି କ୍ରିକେଟର ଆଙ୍ଗୁଠିର ନଖରେ ବଲକୁ ବିକୃତ କରିଥିଲେ। ଏହା ପରେ ପୂରନଙ୍କ ଉପରେ ଆଚରଣ ବିଧି ନିୟମ ୨.୧୪ ଉଲଂଘନ ଅଭିଯୋଗ ଆସିଥିଲା।

ପୂରନ ମଙ୍ଗଳବାର ନିଜେ କରିଥିବା ଭୁଲ ସ୍ୱୀକାର କରିଥିଲେ। ଏଥି ସହିତ ସେ ମ୍ୟାଚ ରେଫରୀ କ୍ରିସ ବ୍ରଡଙ୍କ ଦଣ୍ଡକୁ ମଧ୍ୟ ସ୍ୱୀକାର କରିଛନ୍ତି। ପୂରନ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ବଡ଼ ଭୁଲ କରିଛି ଓ ଆଇସିସିର ଦଣ୍ଡକୁ ସ୍ୱୀକାର କରୁଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ଏହା ମୋ ଜୀବନରେ ପ୍ରଥମ ଘଟଣା ଏବଂ ଆଗକୁ ଏମିତି କେବେ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe