ଉଦ୍‌ଘାଟନୀ ଉତ୍ସବରେ ତ୍ରିରଙ୍ଗା ଧରିଲେ ଶିବ

ଶୀତକାଳୀନ ଅଲିମ୍ପିକ୍ସ ଆରମ୍ଭ

ଉଦ୍‌ଘାଟନୀ ଉତ୍ସବରେ ତ୍ରିରଙ୍ଗା ଧରିଲେ ଶିବ

ପିଙ୍ଗ୍‌ଚାଙ୍ଗ୍‌ (କୋରିଆ): ଥଣ୍ଡା ପରିବେଶ ମଧ୍ୟରେ ଦକ୍ଷିଣ କୋରିଆର ପିଙ୍ଗ୍‌ଚାଙ୍ଗଠାରେ ଶୁକ୍ରବାର ଶୀତକାଳୀନ ଅଲିମ୍ପିକ୍‌ସ ଉଦ୍‌ଘାଟିତ ହୋଇଯାଇଛି। ତାପମାତ୍ରା ବିଯୁକ୍ତ ୨୦ ସେଲ୍‌ସିଏସ୍‌କୁ ଖାତିର ନକରି ରଙ୍ଗାରଙ୍ଗ ମାହୋଲରେ ଏହି ପ୍ରତିଯୋଗିତାର ଶୁଭାରମ୍ଭ ହୋଇଥିଲା। ଉଦ୍‌ଘାଟନୀ ଉତ୍ସବରେ ସବୁ ବାଦ ବିବାଦକୁ ଭୁଲି ଦୁଇ କୋରିଆ ରାଷ୍ଟ୍ର (ଦକ୍ଷିଣ ଏବଂ ଉତ୍ତର) ଭାଇଚାରାର ବାର୍ତ୍ତା ଦେଇଥିଲେ। ଉତ୍ତର କୋରିଆ ଏବଂ ଆମେରିକା ମଧ୍ୟରେ ଲାଗି ରହିଥିବା ବିବାଦ ସତ୍ୱେ ଏହି ଉତ୍ସବରେ ଆମେରିକା ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ଏବଂ ଉତ୍ତର କୋରିଆ କିମ୍‌ ଜଙ୍ଗ ମଞ୍ଚରେ ଏକାଠି ବସିଥିଲେ। ଯାହାକି ସାରା ବିଶ୍ୱକୁ ଭାଇଚାରାର ବାର୍ତ୍ତା ଦେଇଥିଲା।

ଏହି ପ୍ରତିଯୋଗିତାରେ ୯୨ ଦେଶର ୩୦୦୦ରୁ ଅଧିକ କ୍ରୀଡ଼ାବିତ୍‌ ୭ ଖେଳରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ୧୭ ଦିନ ଧରି ହେବାକୁଥିବା ଏହି ପ୍ରତିଯୋଗିତା ୨୫ ତାରିଖରେ ଉଦ୍‌ଯାପିତ ହେବ। ଏଥିରେ ଆମେରିକାର ସର୍ବାଧିକ ୨୪୨ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବାକୁ ଥିଲା ବେଳେ ଭାରତରୁ ୨ ଜଣ ଶିବ କେଶବନ୍‌ ଏବଂ ଜଗଦୀଶ ସିଂହ ଭାଗ ନେଉଛନ୍ତି। ଶିବ ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ପତାକା ଧରିଥିଲେ। ପଞ୍ଚମ ଥର ପାଇଁ ଶିବ ଉଦ୍‌ଘାଟନୀ ସମାରୋହରେ ତ୍ରିରଙ୍ଗା ଧରିଥିଲେ। ୩୬ ବର୍ଷ ବୟସ୍କ ଶିବ କେଶବନ୍‌ ଗତ ୨୦ ବର୍ଷ ମଧ୍ୟରେ ଲଗାତାର ଷଷ୍ଠ ଥର ଅଲିମ୍ପିକ୍‌ସରେ ଭାଗ ନେଲେ। ଏପରିକି ୧୯୯୮ ଓ ୨୦୦୨ ଅଲିମ୍ପିକ୍ସରେ ଶିବ ଏକମାତ୍ର ଭାରତୀୟ ଭାବେ ଅଂଶ ଗ୍ରହଣ କରିଥିଲେ। ତାଙ୍କୁ ଏପର୍ଯ୍ୟନ୍ତ ଜଣକରୁ ଅଧିକ ସାଥୀ ମିଳିନାହାନ୍ତି। ହେଲେ ଶିବ ହୁଅନ୍ତୁ କି ଜଗଦୀଶ କେହି ବି ଭାରତକୁ ଏପର୍ଯ୍ୟନ୍ତ ଶୀତକାଳୀନ ଅଲିମ୍ପିକ୍ସ ପଦକ ଭେଟି ଦେଇପାରିନାହାନ୍ତି। ୪ ବର୍ଷ ତଳେ ସୋଚିରେ ଭାରତୀୟ ଅଲିମ୍ପିକ୍‌ ସଂଘକୁ ଆଓସି (ଆନ୍ତର୍ଜାତିକ ସଂଘ)ର ବାସନ୍ଦ ଯୋଗୁଁ ଶିବ ତ୍ରିରଙ୍ଗା ତଳେ ପ୍ରତିଦ୍ୱନ୍ଦ୍ୱିତା କରିପାରିନଥିଲେ। ସେହି କ୍ରୀଡ଼ା ବେଳେ ଯଦିଓ ବାସନ୍ଦ ଉଠିଥିଲା, ସେତେବେଳକୁ ଶିବଙ୍କ ଖେଳ ଶେଷ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe