ଶୀତକାଳୀନ ଅଲିମ୍ପିକ୍ସ : ଇତିହାସ ରଚିଲେ ଭିର୍ଚୁ-ମୋଏର୍‌

Advertisment
ଶୀତକାଳୀନ ଅଲିମ୍ପିକ୍ସ : ଇତିହାସ ରଚିଲେ ଭିର୍ଚୁ-ମୋଏର୍‌

ପିଙ୍ଗ୍‌ଚାଙ୍ଗ୍‌ (ଦକ୍ଷିଣ କୋରିଆ): କାନାଡାର ଟେସା ଭିର୍ଚୁ ଏବଂ ସ୍କଟ୍‌ ମୋଏର୍‌ ସୋମବାର ଚଳିତ ଶୀତକାଳୀନ ଅଲିମ୍ପିକ୍ସ ବରଫ ନୃତ୍ୟ ଫିଗର ସ୍କେଟିଂରେ ୮୩.୬୭ ପଏଣ୍ଟ୍‌ ହାସଲ କରି ନୂଆ ଇତିହାସ ରଚିଛନ୍ତି। ଏହି ଯୋଡ଼ି ନିଜ ନାମରେ ଥିବା ପୂର୍ବ କୀର୍ତିମାନ ୮୨.୬୮ ପଏଣ୍ଟ୍‌କୁ ଏଠାରେ ଭାଙ୍ଗି ଥିଲେ। ଏହି ୨୦୧୦ ଭାଙ୍କଭର ବିଜେତା ଫ୍ରାନ୍ସ ପ୍ରତିଦ୍ୱନ୍ଦ୍ୱୀ ଗାବ୍ରିଏଲା ପାପାଡାକିସ୍‌ ଓ ଗୁଇଲାମେ ସିଜରନ୍‌ଙ୍କଠୁ ୧.୭୪ ପଏଣ୍ଟ୍‌ ଅଗରେ ରହି ମଙ୍ଗଳବାର ଖେଳା ଯିବାକୁ ଥିବା ଫାଇନାଲ୍‌ ପାଇଁ ସ୍ଥାନ ପକ୍କା କରିଥିଲେ। ପାପାଡାକିସ୍‌ ଓ ସିଜରନ ୮୧.୯୩ ପଏଣ୍ଟ୍‌ ସହ ଦ୍ୱିତୀୟରେ ରହି ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe