ଶୀତକାଳୀନ ଅଲିମ୍ପିକ୍ସ: ଭିର୍ଚୁ-ମୋଏର୍‌ଙ୍କୁ ସ୍ୱର୍ଣ୍ଣ

Advertisment
ଶୀତକାଳୀନ ଅଲିମ୍ପିକ୍ସ: ଭିର୍ଚୁ-ମୋଏର୍‌ଙ୍କୁ ସ୍ୱର୍ଣ୍ଣ

GANGNEUNG, SOUTH KOREA - FEBRUARY 20: Tessa Virtue and Scott Moir of Canada compete in the Figure Skating Ice Dance Free Dance on day eleven of the PyeongChang 2018 Winter Olympic Games at Gangneung Ice Arena on February 20, 2018 in Gangneung, South Korea. (Photo by Dean Mouhtaropoulos/Getty Images)

ପିଙ୍ଗ୍‌ଚାଙ୍ଗ୍‌ (ଦକ୍ଷିଣ କୋରିଆ): କାନାଡାର ଟେସା ଭିର୍ଚୁ ଏବଂ ସ୍କଟ୍‌ ମୋଏର୍‌ ସୋମବାର ଚଳିତ ଶୀତକାଳୀନ ଅଲିମ୍ପିକ୍ସ ବରଫ ନୃତ୍ୟ ଫିଗର ସ୍କେଟିଂରେ ସ୍ୱର୍ଣ୍ଣ ପଦକ କରାୟତ କରିଛନ୍ତି। ସୋମବାର ଯୋଗ୍ୟତା ପର୍ଯ୍ୟାୟରେ ବିଶ୍ୱକୀର୍ତିମାନ କରିଥିବା ଏହି ଯୋଡ଼ି ମଙ୍ଗଳବାର ଫାଇନାଲ୍‌ରେ ୨୦୬.୦୭ ପଏଣ୍ଟ୍‌ ସହ ମଧ୍ୟ ନୂଆ ବିଶ୍ୱ କୀର୍ତିମାନ କରିଥିଲେ। ତାଙ୍କ ପଛକୁ ଫ୍ରାନ୍ସର ଗାବ୍ରିଏଲା ପାପାଡାକିସ୍‌ ଓ ଗୁଇଲାମେ ସିଜରନ ୨୦୫.୨୮ ପଏଣ୍ଟ୍‌ ସହ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପାଇଥିଲେ। ଆମେରିକା ଯୋଡ଼ି ସିବୁତାନି ମାଇଆ ଓ ସିବୁତାନି ଆଲେକ୍ସ (୧୯୨.୫୯) କାଂସ୍ୟ ପଦକ ଜିତିଥିଲେ। ମହିଳା ଫ୍ରି-ଷ୍ଟାଇଲ୍‌ ସ୍କିଙ୍ଗ୍‌ ହାଫ୍‌ ପାଇପ୍‌ରେ କାନାଡାର କାସି ସାର୍ପେ ସ୍ୱର୍ଣ୍ଣ, ଫ୍ରାନ୍ସର ମ୍ୟାରି ମାର୍ତିନୋଡ ରୌପ୍ୟ ଏବଂ ଆମେରିକାର ବିର୍ତା ସିଗୌର୍ନେ କାଂସ୍ୟ ପଦକ ଜିତିଥିଲେ। ମହିଳା ସଟ୍‌ ଟ୍ରାକ୍‌ ସ୍ପିଡ୍‌ ସ୍କେଟିଂ ୩୦୦୦ ମିଟର ରିଲେରେ କୋରିଆକୁ ସ୍ୱର୍ଣ୍ଣ, ଇଟାଲିକୁ ରୌପ୍ୟ ଏବଂ ନେଦରଲାଣ୍ଡ୍‌କୁ କାଂସ୍ୟ ପଦକ ମିଳିଥିଲା। ବାଇଥ୍ଲୋନ୍‌ ମିଶ୍ରିତରେ ଫ୍ରାନ୍ସ ସ୍ୱର୍ଣ୍ଣ ହାତେଇଥିଲା ବେଳେ ନରେଓ୍ଵ ଓ ଇଟାଲି ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ପାଇଥିଲେ। ନର୍ଦିକ୍‌ କମ୍ବାଇନ୍‌ କ୍ରସ୍‌ କଣ୍ଟ୍ରିରେ ଜର୍ମାନି ସବୁ ପଦକ ପୋଛି ନେଇଛି। ଜାହାନିସ୍‌ ରିଜିକ୍‌ ସ୍ୱର୍ଣ୍ଣ, ଫାବିଅନ୍‌ ରିସଲ୍‌ ରୌପ୍ୟ ଏବଂ ଏରିକ୍‌ ଫ୍ରେଞ୍ଜଲ କାଂସ୍ୟ ଜିତି ଜର୍ମାନି ଏହି ଇଭେଣ୍ଟ୍‌ରେ ୩ ପଦକ ଭେଟି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe