ପିଙ୍ଗ୍ଚାଙ୍ଗ୍ (ଦକ୍ଷିଣ କୋରିଆ): ଜର୍ମାନି ଲଳନା ଲାଉରା ଦାଲମିର ଚଳିତ ଶୀତକାଳୀନ ଅଲିମ୍ପିକ୍ସରେ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ କରାୟତ କରିଛନ୍ତି। ଶନିବାର ବାଇଥଲନ୍ ସ୍ପି୍ରଣ୍ଟ୍ରେ ସ୍ୱର୍ଣ୍ଣ ଜିତିଥିବା ଦାଲମିର ସୋମବାର ବାଇଥଲନ୍ ୧୦ କିଲୋମିଟର ପରସୁଟ୍ରେ ପ୍ରଥମ ସ୍ଥାନରେ ରହି ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲେ। ସ୍ଲୋଭାକିଆର ଆନାସ୍ତାସିଆ କୁଜମିନା ଓ ଫ୍ରାନ୍ସର ଆନିସ୍ ବେସ୍କଣ୍ଡ୍ ଯାଥାକ୍ରମେ ରୌପ୍ୟ ଏବଂ କାଂସ୍ୟ ପଦକ କରାୟତ କରିଥିଲେ। ୨୪ ବର୍ଷୀୟା ଏହି ଜର୍ମାନି ମହିଳା ଗତ ବର୍ଷ ବିଶ୍ୱ ପ୍ରତିଯୋଗିତାରେ ୫ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଦଳଗତ ଫିଗର ସ୍କେଟିଂରେ କାନାଡା ୭୩ ପଏଣ୍ଟ୍ ସହ ସ୍ୱର୍ଣ୍ଣ ଜିତିଥିଲା ବେଳେ ରୁଷିଆ (୬୬ ପଏଣ୍ଟ୍) ରୌପ୍ୟ ଏବଂ ଆମେରିକା (୬୨ ପଏଣ୍ଟ୍) କାଂସ୍ୟ ପଦକ ହାସଲ କରିଥିଲା। ମହିଳା ସ୍ନୋବୋର୍ଡ ସ୍ଲୋପ୍ ଷ୍ଟାଇଲ୍ରେ ଆମେରିକାର ଜାମି ଆଣ୍ଡରସନ୍ଙ୍କୁ ସ୍ୱର୍ଣ୍ଣ, କାନାଡାର ଲାଉରି ବ୍ଲୋଉନିଙ୍କୁ ରୌପ୍ୟ ଏବଂ ଫିନ୍ଲାଣ୍ଡ୍ର ରୁକାଜାର୍ଭିଙ୍କୁ କାଂସ୍ୟ ପଦକ ମିଳିଥିଲା।
ଶୀତକାଳୀନ ଅଲିମ୍ପିକ୍ସ:ଦାଲମିର୍ଙ୍କୁ ଦ୍ୱିତୀୟ ସ୍ୱର୍ଣ୍ଣ
Advertisment
Follow Us