ସବୁ ଧ୍ୟାନ କ୍ରିକେଟ୍‌ରେ ଦେଇଥିବାରୁ ଏହାର ଫଳ ଏବେ ମିଳୁଛି: ସଞ୍ଜୁ

Advertisment
ସଞ୍ଜୁ ସିଙ୍ଗଲ୍‌ ନନେବା ଯଥାର୍ଥ କି ?

ସଂଜୁ ସାମସନ

ନୂଆଦିଲ୍ଲୀ: ରାଜସ୍ଥାନ ପାଇଁ ଦୁଇଟି ମ୍ୟାଚରେ ଧୂଆଁଧାର ପାଳି ଖେଳିଥିବା ସଞ୍ଜୁ ସାମସନ୍‌ ୨୦୧୯ର ନିରାଶାଜନକ ପ୍ରଦର୍ଶନ ପରେ ଏବେ ଆକ୍ରାମକ ହୋଇଯାଇଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ସେ ଦୁଇଟି ଅର୍ଧଶତକ ଜମାଇ ସାରିଲେଣି ଓ ଉଭୟ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଲେଣି। ଗତ ବର୍ଷେ ଧରି ତାଙ୍କ ବ୍ୟାଟ୍‌ର ବଲ୍‌ ସହ ଭଲ ସଂଯୋଗ ହେଉଛି। ତେଣୁ ଏବେ ଏକ ସୁସ୍ଥ ମାନସିକତା ମଧ୍ୟରେ ଗତି କରୁଥିବାରୁ ତାଙ୍କ ଖେଳରେ ଓ ଶାରୀରିକ ଦକ୍ଷତାରେ ଅନେକ ପରିବର୍ତ୍ତନ ଆସିଥିବା ସେ ସ୍ବୀକାର କରିଛନ୍ତି। ଗତବର୍ଷ ପ୍ରଦର୍ଶନରେ ସଞ୍ଜୁ ବହୁତ ନିରାଶ ହୋଇଥିଲେ। ବହୁତ ଚେଷ୍ଟା କରିଥିଲେ ବି ସମୟ ତାଙ୍କ ସାଙ୍ଗରେ ନଥିଲା। ତେଣୁ ନିଜେ ନିଜକୁ ଅନେକ ପ୍ରଶ୍ନ କରିଥିଲେ ବୋଲି ସେ କହିଛନ୍ତି।

୨୦୧୩ ମସିହାରେ ସଞ୍ଜୁ ସାମସନ୍‌ ଆଇପିଏଲ୍‌ରେ ଭଲ ରନ୍‌ କରିବା ସହ ଭାରତ ଏ’ ଦଳରେ ସ୍ଥାନ ପାଇଥିଲେ। ହେଲେ ଭାରତୀୟ ଦଳରେ ସେଭଳି ପ୍ରଦର୍ଶନ ଦେବାରେ ସେ ବିଫଳ ହୋଇଥିଲେ। ତେଣୁ ବର୍ଷତମାମ୍‌ ସେ ଖବରର ଚର୍ଚ୍ଚିତ ଶିରୋନାମା ପାଲଟିଯାଇଥିଲେ। ୨୦୧୪ରେ ‌ତାଙ୍କୁ ଭାରତୀୟ ଦଳକୁ ଡକରା ଆସିଥିଲା ବେଳେ ଜିମ୍ବାୱେ ବିପକ୍ଷରେ ଟ୍ବେଣ୍ଟି-୨୦ ପଦାର୍ପଣ କରିଥିଲେ। ତେବେ ଦ୍ବିତୀୟ ମ୍ୟାଚ୍‌ ଖେଳିବାକୁ ତାଙ୍କୁ ୪ ବର୍ଷ ସମୟ ଲାଗିଯାଇଥିଲା। ହେଲେ ପ୍ର‌ତି ପାଳିରେ ସେ ଏକ ଅଙ୍କ ସ୍କୋର ହିଁ କରିପାରିଥିଲେ। ତେଣୁ ସେ ନିଜେ ସ୍ଥିର କରିଥିଲେ ଯେ, ତାଙ୍କୁ ଆହୁରି ୧୦ ବର୍ଷ ପାଇଁ ଖେଳିବାର ଅଛି। ତେଣୁ ତାଙ୍କର ସମସ୍ତ ଧ୍ୟାନ କେବଳ କ୍ରିକେଟ୍‌ ଆଡ଼କୁ ରଖିଥିଲେ। ଏ କ୍ଷେତ୍ରରେ ତାଙ୍କ ପରିବାର, ବନ୍ଧୁ ଓ ଅନ୍ୟମାନେ ତାଙ୍କୁ ସମର୍ଥନ ଦେଇଥିଲେ। ତେଣୁ ତାଙ୍କର ସମସ୍ତ ଶକ୍ତି କ୍ରିକେଟରେ ବିନିଯୋଗ କରିବାରୁ ଏବେ କ୍ର‌ିକେଟ୍‌ଠୁ ସବୁକିଛି ସେ ଫେରିପାଇପାରୁଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe