ରାଉରକେଲା: ଭାରତୀୟ ମହିଳା ହକି ଟିମ୍ର ପୂର୍ବତନ ଅଧିନାୟିକା ସୁନୀତା ଲାକ୍ରା ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।
/sambad/media/post_attachments/wp-content/uploads/2018/12/sunita1-300x193.jpg)
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଅଂଚଳର କେଶରାମାଲ ଚର୍ଚ୍ଚରେ ସୁନୀତା ସବଡେଗା ବ୍ଲକ କିରାଲଗା ଗାଁର ଦୀପକ ଲାକ୍ରାଙ୍କୁ ବିବାହ କରିଛନ୍ତି। ଦୀପକ ପୁଲିସ ବିଭାଗର କାମ କରନ୍ତି। ବିବାହରେ ନିମନ୍ତ୍ରିତ ଅତିଥିମାନେ ଯୋଗ ଦେଇ ନବଦଂପତ୍ତିଙ୍କୁ ଶୁଭେଚ୍ଛା ଜଣାଇଥିଲେ।
/sambad/media/post_attachments/wp-content/uploads/2018/12/sunita2-300x247.jpg)
ଭାରତର ତଥା ଓଡ଼ିଶାର ଗର୍ବ ସୁନୀତାଙ୍କ ବିବାହ କାର୍ଯ୍ୟକ୍ରମରେ ତାଙ୍କ ସାଥୀ ଖେଲାଳି, ବନ୍ଧୁବାନ୍ଧବ ଓ ହକି ପ୍ରେମୀମାନେ ମଧ୍ୟ ଉପସ୍ଥିତ ହୋଇଛନ୍ତି।
/sambad/media/post_attachments/wp-content/uploads/2018/12/sunita3-300x225.jpg)
ସୁନୀତା ଲାକ୍ରା ରାଜଗାଙ୍ଗପୁରରେ ୧୯୯୧ ଜୁନ ୧୧ରେ ଜନ୍ମ ଗ୍ରହଣ କରିଥିଲେ। ଏସୀୟ କ୍ରୀଡ଼ାରେ ସେ କାଂସ୍ୟପଦକ ହାସଲ କରି ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ସୁନୀତାଙ୍କ ବାନ୍ଧବୀ ଲିଲିମା ମିଞ୍ଜଙ୍କୁ ମଧ୍ୟ ବିବାହ ସମାରୋହରେ ଦେଖିବାକୁ ମିଳିଥିଲା।
Follow Us