ମହିଳା ଚାଲେଞ୍ଜ୍‌ ଟି-୨୦: ସୁପରନୋଭାସ-ଭେଲୋସିଟି ଫାଇନାଲ୍‌

Advertisment
ମହିଳା ଚାଲେଞ୍ଜ୍‌ ଟି-୨୦: ସୁପରନୋଭାସ-ଭେଲୋସିଟି ଫାଇନାଲ୍‌

ଜୟପୁର: ଆଇପିଏଲ୍‌ ଅବସରରେ ଚାଲିଥିବା ମହିଳା ଟି-୨୦ ଚାଲେଞ୍ଜ୍‌ର ତୃତୀୟ ତଥା‌ ଶେଷ ଲିଗ୍‌ ମ୍ୟାଚ୍‌ରେ ଗୁରୁବାର ହରମନପ୍ରୀତ୍ କୌରଙ୍କ ସୁପରନୋଭାସ ୧୨ ରନ୍‌ରେ ମିତାଲି ରାଜଙ୍କ ଭେଲୋସିଟି ଦଳକୁ ପରାସ୍ତ କରିଛି। ଫଳାଫଳ ନିର୍ବିଶେଷରେ ଉଭୟ ଦଳ କିନ୍ତୁ ଶନିବାର ଫାଇନାଲ୍ ଖେଳିବା ନିଶ୍ଚିତ ହୋଇଛି। ଲିଗ୍ ପର୍ଯ୍ୟାୟ ଶେଷରେ ସମସ୍ତ ଦଳ ‌ଗୋଟିଏ ଲେଖାଏଁ ବିଜୟ ଏବଂ ପରାଜୟ ସହିତ ୨ ପଏଣ୍ଟ ଲେଖାଏଁ ପାଇ ସମାନ ସ୍ଥିତିରେ ଅଭିଯାନ ଶେଷ କରିଥିଲେ। ଉନ୍ନତ ନେଟ୍ ରନ୍‌ ରେଟ୍‌ (ଏନ୍‌ଆର୍‌ଆର୍) ଭିତ୍ତିରେ ସୁପର୍‌ନୋଭାସ (୦.୨୫୦) ଏବଂ ଭେଲୋସିଟି (୦.୦୪୫) ପ୍ରଥମ ଦୁଇ ସ୍ଥାନରେ ରହିଥିବା ବେଳେ ସ୍ମୃତି ମନ୍ଧାନାଙ୍କ ଟ୍ରେଲ୍‌ବ୍ଲେଜର୍ସ (-୦.୩୦୫) ପଛରେ ପଡ଼ିଯାଇଥିଲା।

ଗୁରୁବାର ଶେଷ ଲିଗ୍‌ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ସୁପରନୋଭାସ ନିର୍ଧାରିତ ୨୦ ଓଭରରେ ୩ ୱିକେଟ୍‌ ବିନିମୟରେ ୧୪୨ ରନ୍ କରିଥିଲା। ପ୍ରିୟା ପୁନିଆ (୧୬, ୧୬ ବଲ୍‌) ଏବଂ ଚମାରି ଆଟାପାଟ୍ଟୁ (୩୧, ୩୮ ବଲ୍‌) ବିଶେଷ ପ୍ରଭାବ ଛାଡ଼ି ପାରିନଥିଲେ। କିନ୍ତୁ ସ୍ବଳ୍ପ ବୟସୀ ଭାରତୀୟ ଜେମିମା ରଡ୍ରିଗ୍ବେଜ (୭୭*, ୪୮ ବଲ୍‌, ୧୦ ଚୌକା, ୧ ଛକା) ଏକା ଏକା ସୁପରନୋଭାସ୍ ପାଳିକୁ ବଡ଼ ସ୍କୋର୍ ପ୍ରଦାନ କରିଥିଲେ। ଜବାବରେ ଭେଲୋସିଟି ଦଳ ନିର୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୧୩୦ ରନ୍ କରିପାରିଥିଲା। ୨୧ ରନ୍‌ରେ ପ୍ରାରମ୍ଭିକ ଯୋଡ଼ିଙ୍କୁ ହରାଇବା ପରେ ଡାନିଏଲ୍ ୱାଟ (୪୩, ୩୩ ବଲ୍, ୪ ଚୌକା, ୨ ଛକା), ମିତାଲି ରାଜ (୪୦*, ୪୨ ବଲ୍‌, ୩ ଚୌକା) ଏବଂ ଭେଦା କୃଷ୍ଣମୂର୍ତି (୩୦*, ୨୯ ବଲ୍‌, ୩‌ ଚୌକା) ପ୍ରୟାସ କରିଥିଲେ ମଧ୍ୟ ବିଜୟ ଲକ୍ଷ୍ୟରେ ପହଞ୍ଚିପାରିନଥିଲେ। କିନ୍ତୁ ଆବଶ୍ୟକୀୟ ରନ୍ ହାରକୁ କାଏମ ରଖି ଫାଇନାଲ୍ ପ୍ରବେଶକୁ ନିଶ୍ଚିତ କରିଥିଲେ। ସୂଚନାଯୋଗ୍ୟ, ପ୍ରଥମ ମ୍ୟାଚ୍‌ରେ ଟ୍ରେଲବ୍ଲେଜର୍ସ ସୁପର୍ ନୋଭାସକୁ ପରାସ୍ତ କରିଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଭେଲୋସିଟି ଟ୍ରେଲବ୍ଲେଜର୍ସକୁ ହରାଇ ଦେଇଥିଲା। ଭେଲୋସିଟି ଦଳରେ ଥିବା ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ବୁଧବାର ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ଗୁରୁବାର ମ୍ୟାଚ୍‌ ଖେଳିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe