ଆଜିଠୁ ମହିଳା ଚ୍ୟାଲେଞ୍ଜର୍‌ ଟ୍ରଫି, ବର୍ଷା ଯୋଗୁଁ ଅଭ୍ୟାସ ବାଧାପ୍ରାପ୍ତ

Advertisment

ଆକର୍ଷଣରେ ସୁଶ୍ରୀ, ମାଧୁରୀ

ଆକର୍ଷଣରେ ସୁଶ୍ରୀ, ମାଧୁରୀ

ଆଜିଠୁ ମହିଳା ଚ୍ୟାଲେଞ୍ଜର୍‌ ଟ୍ରଫି, ବର୍ଷା ଯୋଗୁଁ ଅଭ୍ୟାସ ବାଧାପ୍ରାପ୍ତ

କଟକ: ବାରବାଟୀ ଷ୍ଟାଡିୟମରେ ଶନିବାରଠୁ ବରିଷ୍ଠ ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜର ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତା ଆରମ୍ଭ ହେବ। ଭାରତ ଏ, ବି ଓ ସି ତିନିଟି ଦଳ ଏଥିରେ ପରସ୍ପର ସହିତ ମୁକାବିଲା କରିବେ। ୧୦ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ସବୁ ଦଳର ଖେଳାଳି ଭୁବନେଶ୍ବରରେ ପହଞ୍ଚିସାରିଥିଲା ବେଳେ ଶୁକ୍ରବାର ଭାରତ ଏ ଓ ବି ଦଳର ଅଭ୍ୟାସ ହେବାର ଥିଲା। କିନ୍ତୁ ଖରାପ ପାଗ ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା। ତଥାପି ଅଳ୍ପ କିଛି ସମୟ ପାଇଁ ଖେଳାଳିମାନେ ପଡ଼ିଆକୁ ଆସି ଅଭ୍ୟାସ କରୁଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ଫଳରେ ଅପରାହ୍ନ ପାଖାପାଖି ୩ଟା ପର୍ଯ୍ୟନ୍ତ ଖେଳାଳିମାନେ ଡ୍ରେସି˚ ରୁମ୍‌ରେ ସମୟ ବିତାଇଥିଲେ। ଶନିବାର ପ୍ରଥମ ମ୍ୟାଚ୍‌ ଭାରତ-ଏ ଓ ଭାରତ-ବି ମଧ୍ୟରେ ଖେଳାଯିବ। ସକାଳ ୧୧ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ହରମନପ୍ରୀତ କୌରଙ୍କ ନେତୃତ୍ବାଧୀନ ‘ଏ’ ଦଳରେ ତାନିଆ ଭାଟିଆ, ଦୀପ୍ତି ଶର୍ମା, ଶିଭାଲି ସିନ୍ଦେ, ଜସିଆ ଅଖତର, ପ୍ରିୟା ପୁନିଆ, ସ୍ନେହ ରଣା, ମାନସୀ ଯୋଷୀ, ମେଘନା ସି˚ହ, କୋମଲ ଝାଞ୍ଜଡ, ମିନୁ ମଣି, ରାଧା ଯାଦବ, ଭାରତୀ ଫୁଲମଣି ସ୍ଥାନ ପାଇଛନ୍ତି। ସେହିପରି ‘ବି’ ଦଳରେ ସ୍ମୃତି ମନ୍ଧାନା ନେତୃତ୍ବ ନେଉଥିବା ବେଳେ ସୁଷମା ବର୍ମା, ଆର‌୍‌ କଳ୍ପନା, ଭନିଥା ଭି ଆର‌୍‌, ଜେମିମା ରୋଡ୍ରିଗୁଏଜ, ଅନୁଜା ପାଟିଲ, ପୁନମ ଯାଦବ, ପୂଜା ବସ୍ତ୍ରକାର, ଶିଖା ପାଣ୍ତେ, ରେଣୁକା ସି˚ହ, ଅଞ୍ଜଳି ସର୍ବାଣି, ଓଡ଼ିଶା ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ, ଟିପି କଁଵର, ରିଚା ଘୋଷ ସ୍ଥାନ ପାଇଛନ୍ତି।

ମହିଳା ଚାଲେଞ୍ଜର ଟ୍ରଫିରେ ଆନ୍ତର୍ଜାତିକ ତାରକା ଖେଳାଳିଙ୍କ ଗହଳି ଲାଗିବ। ୭ ଦିନ ମଧ୍ୟରେ ଏଠାରେ ହରମନପ୍ରୀତ କୌର, ଦୀପ୍ତି ଶର୍ମା, ସ୍ମୃତି ମନ୍ଧାନା, ଜେମିମା ରୋଡ୍ରିଗୁଏଜ, ବେଦ କ୍ରିଷ୍ଣମୂର୍ତ୍ତି, ଶିଖା ପାଣ୍ତେ, ମାନସୀ ଯୋଷୀ, ଅରୁନ୍ଧତି ରେଡ୍ଡିଙ୍କ ଭଳି ତାରକା ଖେଳାଳି ଖେଳୁଥିବା ଦେଖିବାକୁ ମିଳିବ। କିନ୍ତୁ ଏମାନଙ୍କ ସତ୍ତ୍ବେ ଦୁଇ ଓଡ଼ିଆ ଖେଳାଳି ସୁଶ୍ରୀ ଦିବ୍ୟଦର୍ଶିନୀ ଓ ମାଧୁରୀ ମେହେଟ୍ଟା ମୁଖ୍ୟ ଆକର୍ଷଣ ପାଲିଟିବେ। ସୁଶ୍ରୀ ଭାରତ ‘ବି’ ଓ ମାଧୁରୀ ଭାରତ ‘ସି’ ଦଳରେ ସ୍ଥାନ ପାଇଛନ୍ତି। ଏଥିପୂର୍ବରୁ ଏହି ଦୁଇ ଜଣ ଭାରତୀୟ ଦଳ ସହିତ ଏକାଧିକ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିସାରିଛନ୍ତି। ସୁଶ୍ରୀ ଜଣେ ଅଫ୍‌ ସ୍ପିନର ଭାବେ ଗତ ଏସୀୟ ଏମର୍ଜି˚ ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ (୩/୨୮, ୩/୧୬, ୧/୨୫) କରିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାର ପ୍ରାରମ୍ଭିକ ଖେଳାଳି ମାଧୁରୀ ମଧ୍ୟ ଗତ ମହିଳା ଅନ୍ତଃରାଜ୍ୟ ଟ୍ବେଣ୍ଟି-୨୦ରେ ପାଖାପାଖି ୨୦ ହାରରେ ରନ୍‌ ବାହାର କରିଥିଲେ। ଏଥିସହ ପୂର୍ବରୁ ଆନ୍ତର୍ଜାତିକ ମ୍ୟାଚ୍‌ର ଅଭିଜ୍ଞତା ଥିବାରୁ ତାଙ୍କୁ ‘ସି’ ଦଳରେ ସ୍ଥାନ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe