ପ୍ୟାରିସ: ଚଳିତ ବର୍ଷର ଫ୍ରେଞ୍ଚ୍ ଓପନ୍ ବିଜୟିନୀ ଆସ୍ଲେ ବାର୍ଟି ଜଣେ କ୍ରିକେଟର୍ ଥିଲେ। ୨୦୧୪ରେ ଟେନିସ୍ରେ ପାଦ ଦେବା ପୂର୍ବରୁ ସେ ମହିଳା ବିଗ୍ ବାସ ଲିଗ୍ରେ ବ୍ରିସବନ୍ ହିଟ୍ ସହ ଚୁକ୍ତି କରିଥିଲେ। ୨୦୧୬ରେ ପେସାଗତ ଟେନିସ୍ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଲଳନା ବାର୍ଟି ଗତ ଶନିବାର ଅଣମାନ୍ୟତାପ୍ରାପ୍ତ ଚେକ୍ ଗଣରାଜ୍ୟର ୧୯ ବର୍ଷୀୟା ମର୍କେଟା ଭନ୍ଦ୍ରୋସୋଭାଙ୍କୁ ୬-୧, ୬-୩ ସେଟ୍ରେ ହରାଇ ପ୍ରଥମ ଥର ଲାଗି ଫ୍ରେଞ୍ଚ୍ ଓପନ୍ ଟ୍ରଫି କରାୟତ କରିଥିଲେ। ଏହା ମୋ ଜୀବନର ସ୍ମରଣୀୟ ମୂହୁର୍ତ। ମୁଁ ଏକ ବିସ୍ମୟକର ଦଳ ସହ ଭେଟିଥିଲି। ମୁଁ ଟେନିସ୍ ବଲ୍କୁ ମାରେ କି ନ ମାରେ ସେମାନଙ୍କର କିଛି ଯାଉନଥିଲା। ସେମାନେ ମୋତେ ଗ୍ରହଣ କଲେ, ବାର୍ଟିକୁ ଚିହ୍ନି ନେଲେ। ସେ ମୋତେ ଚିହ୍ନିଲେ। ସେହି ସମ୍ପର୍କ ଏବେ ବି ଅତୁଟ ରହିଛି। ସେହି କ୍ରିକେଟ୍ ଝିଅମାନଙ୍କଠୁ କିଛି ଦିନ ତଳେ ଏକ ଅଦ୍ଭୁତ ଚିଠି ମିଳିଲା। ସେମାନେ ମୋର ସବୁଠୁ ଭଲ ସାଙ୍ଗଥିଲେ। ମୁଁ ଯେତେବେଳେ ସେମାନଙ୍କ ସହ ମିଶିଲି ସେମାନେ ମୋତେ ଗ୍ରହଣ କଲେ। ମୋତେ ତାଙ୍କ ସାଥୀ କରିବା ସହ ଡ୍ରେସିଂ ରୁମରେ ମଧ୍ୟ ମୋ ସାଥୀ ଛାଡ଼ିନଥିଲେ। ସତରେ ଏଭଳି ଗ୍ରୁପ୍କୁ କେବେଭି ଭୁଲି ପାରିବିନି। ମୃତ୍ୟୁ ପର୍ଯ୍ୟନ୍ତ ସେମାନଙ୍କ ସହ ରହିବି ବୋଲି ବାର୍ଟି କହିଛନ୍ତି।
ମହିଳା କ୍ରିକେଟର୍ଙ୍କୁ ଫ୍ରେଞ୍ଚ୍ ଓପନ୍ ଟ୍ରଫି
Advertisment
Follow Us