ମହିଳା ଫୁଟ୍‌ବଲ ଲିଗ୍‌ ସେମିରେ ରାଇଜିଂ ଷ୍ଟୁଡେଣ୍ଟ୍‌

Advertisment
ମହିଳା ଫୁଟ୍‌ବଲ ଲିଗ୍‌ ସେମିରେ ରାଇଜିଂ ଷ୍ଟୁଡେଣ୍ଟ୍‌

କଟକ: ରାଇଜିଂ ଷ୍ଟୁଡେଣ୍ଟ ଭାରତୀୟ ମହିଳା ଫୁଟ୍‌ବଲ ଲିଗ୍‌ର ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଆସନ୍ତା ୧୧ ତାରିଖ ସେମିଫାଇନାଲ୍‌ରେ ରାଇଜିଂର ମୁକାବିଲା ଇଷ୍ଟର୍ଣ୍ଣ ସ୍ପୋର୍ଟିଂ ୟୁନିଅନ୍‌ ସହିତ ହେବ। ରବିବାର ସିଲଂର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ରାଇଜିଂ ଖେଳିଥିବା ଶେଷ ଲିଗ୍‌ ମ୍ୟାଚ୍‌ରେ ଇଣ୍ଡିଆ ରସ୍‌ ସକର କ୍ଲବ୍‌କୁ ୨-୦ ଗୋଲ୍‌ରେ ପରାସ୍ତ କରିଥିଲା। ପ୍ୟାରୀ ଖାଖା ୩୭ ମିନିଟ୍‌ରେ ପ୍ରଥମ ଗୋଲ୍‌ ଦେଇଥିଲା ବେଳେ ୪୨ ମିନିଟ୍‌ରେ ଜବାମଣି ଟୁଡୁଙ୍କ ଗୋଲ୍‌ ବଳରେ ରାଇଜିଂ ପ୍ରଥମାର୍ଧ ଶେଷରେ ୨-୦ର ଅଗ୍ରଣୀ ପାଇଥିଲା। ଆରମ୍ଭରୁ ଆକ୍ରମଣାତ୍ମକ ଖେଳି ଆସୁଥିବା ରାଇଜିଂ ଦଳ ଦ୍ୱିତୀୟାର୍ଧରେ ମଧ୍ୟ୍ୟ ଆଧିପତ୍ୟ ବିସ୍ତାର କରିଥିଲେ। ଅବଶ୍ୟ ଏକାଧିକ ସୁଯୋଗକୁ ହାତଛଡ଼ା କରିଥିଲା। ୬୧ ମିନିଟ୍‌ରେ ପ୍ୟାରୀଙ୍କ ଏକ ପ୍ରୟାସକୁ ପ୍ରତିପକ୍ଷ ଗୋଲ୍‌ରକ୍ଷକ ଅଟକାଇବାରେ ସଫଳ ହୋଇଥିଲେ। ସେହିପରି ୮୦ ମିନିଟ୍‌ରେ ସଂଜୁ କର୍ଣ୍ଣର ଅଞ୍ଚଳ ପଟୁ ଏକ କିକ୍‌ ମାରିଥିଲେ। କିନ୍ତୁ ତାହା ଗୋଲ୍‌ପୋଷ୍ଟର ନିକଟତର ହେବା ବେଳକୁ ବିପକ୍ଷ ଡିଫେଣ୍ଡର ବଲ୍‌କୁ ବାହାରକୁ ମାରିଦେଇଥିଲେ। ନିର୍ଧାରିତ ସମୟ ଶେଷ ହେବା ବେଳକୁ ଆଉ କୌଣସି ଗୋଲ୍‌ ନହେବାରୁ ରାଇଜିଂ ବିଜୟୀ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe