ମହିଳାଙ୍କ ମହାମିଳନ

Advertisment
ମହିଳାଙ୍କ ମହାମିଳନ

ମୁମ୍ବାଇ: ମଙ୍ଗଳବାର ଚେନ୍ନାଇ-ହାଇଦ୍ରାବାଦ ପ୍ରଥମ କ୍ୱାଲିଫାୟାର୍‌ ପୂର୍ବରୁ ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ମଧ୍ୟ ଏକ ମହିଳା ଟି-୨୦ ମ୍ୟାଚ୍‌ ଖେଳାଯିବ। ଆଇପିଏଲ୍‌ ଟ୍ରେଲ୍‌ବ୍ରେଜର୍ସ ଏବଂ ଆଇପିଏଲ୍‌ ସୁପର୍‌ନୋଭାସ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ବହୁ ବିଶ୍ୱସ୍ତରୀୟ ଖେଳାଳିଙ୍କୁ ନିଆଯାଇଛି। ଦୁଇ ଭାରତୀୟ ଖେଳାଳି ସ୍ମୃତି ମନ୍ଧାନା ଏବଂ ହରମନପ୍ରୀତ୍‌ କଉର୍‌ ଯଥାକ୍ରମେ ଅଧିନାୟକତ୍ୱ ଦାୟିତ୍ୱ ତୁଲାଇବେ। ଏଭଳି ଏକ ସୁଯୋଗ ପାଇଥିବାରୁ ଉଭୟ ଖୁସି ଏବଂ ଉତ୍ସାହୀ ବୋଲି ପ୍ରକାଶ କରିଛନ୍ତି। ଏହା ଏକ ଐତିହାସିକ ମୁହୂର୍ତ ବୋଲି କହିଛନ୍ତି ମନ୍ଧାନା। ଏକ ଭଲ ମ୍ୟାଚ୍‌ ଖେଳ ବୋଲି ଆଶା ପ୍ରକାଶ କରିଛନ୍ତି ହରମନପ୍ରୀତ୍‌। ଭାରତରେ ମହିଳା କ୍ରିକେଟକୁ ପ୍ରସାରିତ କରିଯାଉଥିବାରୁ ଏଭଳି ମ୍ୟାଚ୍‌ର ପରିକଳ୍ପନା କରାଯାଇଥିଲା। ଟ୍ରେଲ୍‌ବ୍ଲେଜର୍ସ ଦଳର ବ୍ୟାଟିଂ ମନ୍ଧାନାଙ୍କ ସହିତ ସୁଜି ବେଟ୍‌ସ ଏବଂ ଭାରତୀୟ ଯୁବ ପ୍ରତିଭା ଜେମିମା ରଡ୍ରିଗେ୍ଵଜଙ୍କ ଉପରେ ରହିବ। ସେହିଭଳି ସୁପରନୋଭାସ ପାଇଁ ମିତାଲି ରାଜ, ମେଗ୍‌ ଲାନିଙ୍ଗ୍‌, ହରମନପ୍ରୀତ୍‌ କଉର୍‌, ଡାନିଏଲ୍‌ ଓ୍ଵାତ୍‌, ସୋଫି ଡିଭାଇନ୍‌ଙ୍କ ଉପରେ ରହିବ। ଉଭୟ ଦଳର ବୋଲିଂ ପେସ୍‌ ଓ ସ୍ପିନରେ ସନ୍ତୁଳନ ରଖିଥିବାରୁ ଲଢ଼େଇ ରୋମାଞ୍ଚକର ହେବ ବୋଲି ବିଶ୍ୱାସ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe