ଲଣ୍ଡନ ଶନିବାରଠାରୁ ଇଂଲଣ୍ଡର ରାଜଧାନୀ ଲଣ୍ଡନଠାରେ ଆରମ୍ଭ ହେଉଛି ମହିଳା ହକି ବିଶ୍ୱକପ୍। ହେଲେ ଏହାର ଦୁଇ ଦିନ ପୂର୍ବରୁ ଆୟୋଜିତ ଏକ ପ୍ରଚାର କାର୍ଯ୍ୟକ୍ରମ ଅବସରରେ ଭାରତୀୟ ଜାତୀୟ ପାତାକାକୁ ଅପମାନିତ କରାଯାଇଥିବା ଅଭିଯୋଗ ହୋଇଛି। ଥେମ୍ସ ନଦୀ କୂଳରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଭାରତୀୟ ଅଧିନାୟିକା ରାଣୀ ରାମପାଲଙ୍କ ସହ ଅଂଶଗ୍ରହଣକାରୀ ୧୬ ଦେଶର ଅଧିନାୟିକାଙ୍କୁ ଆମନ୍ତ୍ରଣ କରାଯାଇଥିଲା। ସେମାନେ ନିଜ ନିଜ ଦେଶର ଜାତୀୟ ପତାକା ପାଖରେ ଠିଆ ହୋଇଥିଲେ। ହେଲେ ଭାରତୀୟ ଜାତୀୟ ପାତାକାରେ ଅଶୋକ ଚକ୍ର ନଥିବା ଦେଖିବାକୁ ମିଳିଥିଲା। ହକି ଇଣ୍ଡିଆ ଏହି ବିଷୟରେ ଅନ୍ତର୍ଜାତୀୟ ହକି ମହାସଂଘକୁ ଜଣାଇ ଦେଇଛି। ଭବିଷ୍ୟତରେ ଏଭଳି ଭୁଲ ହେବ ନାହିଁ ବୋଲି ଅନ୍ତର୍ଜାତୀୟ ହକି ମହାସଂଘ ପ୍ରତିଶ୍ରୁତି ଦେଇଥିବା ଜଣା ପଡ଼ିଛି। ଭାରତୀୟ ମହିଳା ହକି ଦଳ ସପ୍ତମ ଥର ପାଇଁ ବିଶ୍ୱକପରେ ଅଂଶ ଗ୍ରହଣ କରୁଛି। ୧୯୭୪ ମସିହାରେ ଚତୁର୍ଥ ସ୍ଥାନ ଅଧିକାର କରିବା ଭାରତର ଶ୍ରେଷ୍ଠ ପ୍ରଦର୍ଶନ। ଭାରତ ଶନିବାର ଆୟୋଜକ ଇଂଲଣ୍ଡ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ।
ମହିଳା ହକି ବିଶ୍ୱକପ୍ କାର୍ଯ୍ୟକ୍ରମରେ ତିରଙ୍ଗାକୁ ଅପମାନ
Advertisment
Follow Us