ଚେନ୍ନାଇ ସୁପରକିଙ୍ଗସ ସହ ମୁମ୍ବାଇ ଇଣ୍ଡିଆନ୍ସ କିଣିବାକୁ ଚାଁହୁଛନ୍ତି ମହିଳା ଆଇପିଏଲର ଟିମ

ଚେନ୍ନାଇ ସୁପରକିଙ୍ଗସ ସହ ମୁମ୍ବାଇ ଇଣ୍ଡିଆନ୍ସ କିଣିବାକୁ ଚାଁହୁଛନ୍ତି ମହିଳା ଆଇପିଏଲର ଟିମ

ମୁମ୍ବାଇ: ପୁରୁଷ ଆଇପିଏଲର ସଫଳତା ପରେ ଚଳିତ ବର୍ଷଠାରୁ ମହିଳା ଆଇପିଏଲ୍ ମଧ୍ୟ ଆୟୋଜିତ ହେବ। ଏଥିପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଖୁବ୍ ଶୀଘ୍ର ଦଳଗୁଡିକୁର ନିଲାମ କରିବ। ଏଥିପାଇଁ ବିସିସିଆଇ ନିକଟରେ ଏକ ପ୍ରେସ ବିବୃତ୍ତି ଜାରି କରିଛି ଯେଉଁଥିରେ ଦଳ କିଣିବାକୁ ଇଚ୍ଛୁକ ଲୋକ ଏବଂ କମ୍ପାନୀମାନଙ୍କୁ ଜାନୁଆରୀ ୨୧ ସୁଦ୍ଧା ଟେଣ୍ଡର ପୂରଣ କରିବାକୁ ଅନୁରୋଧ କରାଯାଇଛି। ତେବେ ଏଥିସହିତ ଖବର ଆସୁଛି ଯେ ଚେନ୍ନାଇ ସୁପର କିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ଭଳି ଚାମ୍ପିଅନ୍ ପୁରୁଷ ଫ୍ରାଞ୍ଚାଇଜ୍ ବର୍ତ୍ତମାନ ମହିଳା ଆଇପିଏଲ୍ ଦଳ କିଣିବାକୁ ଚାଁହୁଛନ୍ତି । କ୍ରିକବଜର ରିପୋର୍ଟ ଅନୁଯାୟୀ ପୁରୁଷ ପ୍ରିମିୟର ଲିଗ୍ ଚମ୍ପିୟାନ ଚେନ୍ନାଇ ସୁପର କିଙ୍ଗସ୍, ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ୍ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ମହିଳା ଆଇପିଏଲ୍ ଦଳ କିଣିବାକୁ ଚାହୁଁଛନ୍ତି।

ଏହି ଚାରୋଟି ଫ୍ରାଞ୍ଚାଇଜ୍ ପୂର୍ବରୁ ପଞ୍ଜାବ କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ମହିଳା ଆଇପିଏଲ୍ ଦଳ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସୂଚନା ଥାଉ କି ମହିଳା ଆଇପିଏଲ୍ ଆୟୋଜନ ପାଇଁ ପ୍ରାୟ ସମସ୍ତ ରୋଡମ୍ୟାପ ମଧ୍ୟ ପ୍ରସ୍ତୁତ କରାଯାଇଛି। ମହିଳା ଆଇପିଏଲରେ ୬ଟି ଟିମ ରହିବାକୁ ଥିବାବେଳେ ମହିଳା ଆଇପିଏଲ୍ ଚଳିତ ବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ଯାହା ପୁରୁଷ ଆଇପିଏଲ୍ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ମାର୍ଚ୍ଚ ୨୩ ରେ ଶେଷ ହେବ | ପ୍ରଥମ ସିଜିନରେ ଗୋଟିଏ କିମ୍ବା ଦୁଇଟି ସହରରେ ଆଇପିଏଲ୍ ମ୍ୟାଚ୍ ଆୟୋଜନ ହେବ | ତେବେ କେଉଁ ସହରରେ ମହିଳା ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବ, ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe