ଭାରତୀୟ ମହିଳା ଲିଗ୍‌ ଫୁଟବଲ୍‌: ରାଇଜିଂ ଷ୍ଟୁଡେଣ୍ଟସର ଦ୍ୱିତୀୟ ପରାଜୟ

Advertisment
ଭାରତୀୟ ମହିଳା ଲିଗ୍‌ ଫୁଟବଲ୍‌: ରାଇଜିଂ ଷ୍ଟୁଡେଣ୍ଟସର ଦ୍ୱିତୀୟ ପରାଜୟ

କଟକ: ସିଲଂଠାରେ ଚାଲିଥିବା ଭାରତୀୟ ମହିଳା ଫୁଟବଲ୍‌ ଲିଗ୍‌ରେ ସୋମବାର ରାଇଜିଂ ଷ୍ଟୁଡେଣ୍ଟ ଦ୍ୱିତୀୟ ପରାଜୟ ବରଣ କରିଛି। ସୋମବାର ରାଇଜିଂ ଖେଳିଥିବା ଚତୁର୍ଥ ଲିଗ୍‌ ମ୍ୟାଚରେ ସେଥୁଠୁ ୦-୨ ଗୋଲରେ ହାରିଯାଇଛି। ସେଥୁର ବାଂଲାଦେଶୀ ଷ୍ଟ୍ରାଇକର ସବିନା ଖାତୁନ୍‌ ୪୭ ତମ ମନିଟ୍‌ରେ ମ୍ୟାଚରେ ପ୍ରଥମ ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧରେ ରାଇଜିଂ ଅଧିକ ଆକ୍ରମଣାତ୍ମକ ଭଙ୍ଗୀରେ ଖେଳିଥିଲେ। ପ୍ୟାରୀ ଖାଖା, ଗୌବୀ ଦେବୀଙ୍କୁ ଏକାଧିକ ଗୋଲ କରିବାର ସୁଯୋଗ ମିିଳିଥିଲା, କିନ୍ତୁ ସେଥୁର ଗୋଲରକ୍ଷକ ସୌମ୍ୟ ସବୁ ଆକ୍ରମଣକୁ ଏଡ଼ାଇବାରେ ସଫଳ ହୋଇଥିଲେ। ପ୍ରଥମାର୍ଧ ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଧରେ ସେଥୁ ପ୍ରଥମ ଗୋଲ ଦେଇଥିଲା। ଏହା ପରେ ରାଇଜିଂ ଅନେକ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲା। ଶେଷ ମିନିଟ୍‌ ବେଳକୁ ମନୀଷାଙ୍କ ଗୋଲ ବଳକରେ ସେଥୁ ମ୍ୟାଚକୁ ୨-୦ରେ ଜିତିଯାଇଥିଲା। ରାଇଜିଂ ଷ୍ଟୁଡେଣ୍ଟ ପରବର୍ତ୍ତୀ ମ୍ୟାଚରେ ୪ ତାରିଖରେ ଇନ୍ଦିରାଗାନ୍ଧୀ ଏକାଡେମୀକୁ ଭେଟିବ। ଗ୍ରୁପ୍‌ ପର୍ଯ୍ୟାୟରେ ଅପରାଜିତ ରହିଥିବା ରାଇଜିଂ ୪ ମ୍ୟାଚ୍‌ରୁ ୨ ପରାଜୟ, ୧ ବିଜୟ, ୧ ଅମୀମାଂସିତ ରଖିଥିବାରୁ ଶେଷ ଦୁଇ ମ୍ୟାଚ୍‌ରେ କର ବା ମର ସ୍ଥିତିରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe