ମହିଳା ଟି-୨୦ ବିଶ୍ୱକପ୍‌ ଫାଇନାଲ: ଭାରତର ବିଜୟ ସ୍ୱପ୍ନ ଧୂଳିସାତ୍‌ କଲା ଅଷ୍ଟ୍ରେଲିଆ, ୫ମ ଥର ହେଲା ଚାମ୍ପିଅନ୍‌

Advertisment
ମହିଳା ଟି-୨୦ ବିଶ୍ୱକପ୍‌ ଫାଇନାଲ: ଭାରତର ବିଜୟ ସ୍ୱପ୍ନ ଧୂଳିସାତ୍‌ କଲା ଅଷ୍ଟ୍ରେଲିଆ, ୫ମ ଥର ହେଲା ଚାମ୍ପିଅନ୍‌

Photo: Navbharat Times

ମେଲବୋର୍ଣ୍ଣ: ଭାରତୀୟ ମହିଳା ଟିମ୍‌ର ପ୍ରଥମ ଥର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟି-୨୦ ବିଶ୍ୱ କପ୍‌-୨୦୨୦ ଚାମ୍ପିଅନ୍‌ ହେବାର ସ୍ୱପ୍ନକୁ ଅଷ୍ଟ୍ରେଲିଆ ଧୂଳିସାତ୍‌ କରିଛି। ଆୟୋଜକ ଟିମ୍‌ ମେଲବୋର୍ଣ୍ଣ କ୍ରିକେଟ୍‌ ଗାଉଣ୍ଡରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଭାରତକୁ ୮୫ ରନ୍‌ରେ ପରାସ୍ତ କରିଛି। ଆଜିର ବିଜୟ ସହ ଅଷ୍ଟ୍ରେଲିଆ ୫ମ ଥର ପାଇଁ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍‌ ହୋଇଛି।

ବିସ୍ଫୋରକ ଖେଳାଳି ମୁନି (ଅପରାଜିତ ୭୮ ରନ୍‌) ଓ ହିଲି (୭୫ ରନ୍‌)ଙ୍କ ବ୍ୟାଟିଂ ମ୍ୟାଚକୁ ଏକତରଫା କରିଦେଇଥିଲା। ଉଭୟଙ୍କ ଅର୍ଦ୍ଧଶତକ ବ୍ୟାଟିଂ ବଳରେ କଙ୍ଗାରୁ ଦଳ ୪ଟି ଓ୍ଵିକେଟ ହରାଇ ୧୮୪ ରନ୍‌ କରିଥିଲା। ଫଳରେ ଭାରତୀୟ ଟିମ୍‌କୁ ୧୮୫ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା। କିନ୍ତୁ ଅଷ୍ଟ୍ରେଲିଆର ବୋଲରମାନେ ଭାରତୀୟ ଟିମ୍‌କୁ ୯୯ ରନ୍‌ରେ ଅଟକାଇବାରେ ସମର୍ଥ ହୋଇଥିଲେ।

publive-image

ହିଲିଙ୍କୁ ତାଙ୍କର ଦମଦାର ବ୍ୟାଟିଂ ପାଇଁ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ଦିଆଯାଇଥିଲା। ଏହା ବ୍ୟତୀତ ତାଙ୍କର ସାଥୀ ଖେଳାଳି ବେଥ ମୁନିଙ୍କୁ ଟୁର୍ଣ୍ଣାମେଣ୍ଟରେ ସର୍ବଶ୍ରେଷ୍ଠ ଖେଳାଳି ଭାବେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ପୁରସ୍କାର ଦିଆଯାଇଥିଲା। ଉଭୟ ଖେଳାଳି ଖେଳ ଆରମ୍ଭରୁ ଜୀବନଦାନ ପାଇଥିଲେ। ଏହା ପରେ ସେମାନେ ଭାରତୀୟ ବୋଲରଙ୍କ ଉପରେ ନିଜର ପ୍ରଭାବ ବିସ୍ତାର କରିଥିଲେ।

ଦ୍ୱିତୀୟ ପାଳିରେ ସ୍କୋର ୧୮୫ ରନ୍‌ ଲକ୍ଷ୍ୟରେ କ୍ରିଜ୍‌କୁ ଓହ୍ଲାଇଥିବା ଭାରତୀୟ ଟିମ୍‌ର ପ୍ରାରମ୍ଭିକ ବ୍ୟାଟିଂ ଭଲ ନଥିଲା ଏବଂ ୧୮ ରନ୍‌ ମଧ୍ୟରେ ୩ ଜଣ ଆଗଧାଡ଼ିର ଖେଳାଳି ଆଉଟ ହୋଇଥିଲେ। ଶେଫାଳି ବର୍ମା ଖରାପ ପ୍ରଦର୍ଶନ କରି ପ୍ରଥମ ଓଭରରେ ପାଭଲିଅନକୁ ଫେରି ଆସିଥିଲେ। ସେ ମାତ୍ର ୨ ରନ୍‌ କରିଥିଲେ। ତାଙ୍କ ପରେ ଜେମିମା ରୋଡ୍ରିଗ୍ସ କୌଣସି ରନ୍‌ ସଂଗ୍ରହ କରି ନଥିବା ବେଳେ ସ୍ମୃତି ମନ୍ଧାନା ୧୧ ରନ୍‌ରେ ଆଉଟ୍‌ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe