ମହିଳା ‌ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜ: ସୁପରନୋଭାସକୁ ହରାଇଲା ଟ୍ରେଲ୍‌ବ୍ଲେଜର୍ସ

ମହିଳା ‌ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜ: ସୁପରନୋଭାସକୁ ହରାଇଲା ଟ୍ରେଲ୍‌ବ୍ଲେଜର୍ସ

ଜୟପୁର: ମହିଳା ଟ୍ବେଣ୍ଟି-୨୦ ଚ୍ୟାଲଞ୍ଜ ପ୍ରତିଯୋଗିତାରେ ଟ୍ରେଲ୍‌ବ୍ଲେଜର୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସୋମବାରଠୁ ଆରମ୍ଭ ହୋଇଥିବା ଏହି ତିନି ଦଳୀୟ ପ୍ରତିଯୋଗିତାର ଉଦ୍‌ଘାଟନୀ ମୁକାବିଲାରେ ସ୍ମୃତି ମନ୍ଧାନାଙ୍କ ଟ୍ରେଲ୍‌ବ୍ଲେଜର୍ସ ୨ ରନ୍‌ରେ ହରମନ୍‌ପ୍ରୀତ କୌରଙ୍କ ସୁପରନ‌ୋଭାସକୁ ପରାସ୍ତ କରିଛି। ଜୟପୁରର ସବାଇ ମାନସିଂହ ଷ୍ଟାଡିୟମରେ ଟସ୍‌ ଜିତି ସୁପରନୋଭାସ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଟ୍ରେଲ୍‌ବ୍ଲେଜର୍ସ ଅଧିନାୟିକା ସ୍ମୃତି ମନ୍ଧାନା (୯୦, ୬୭ ବଲ୍‌, ୧୦ ଚୌକା, ୩ ଛକା)ଙ୍କ ଧୁଆଁଧାର ଅର୍ଧଶତକ ସାଙ୍ଗକୁ ହରଲୀନ ଦେଓଲଙ୍କ ୩୬ ରନ୍‌ (୪୪ ବଲ୍‌) ବଳରେ ୫ ୱିକେଟ୍‌ ବିନିମୟରେ ୧୪୦ ରନ୍‌ କରିଥିଲା। ରାଧା ଯାଦବ ୨ ଏବଂ ପୂନମ ଯାଦବ ଓ ଅନୁଜା ପଟେଲ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ। ଜବାବରେ ସୁପରନୋଭାସ ୬ ୱିକେଟ୍‌ ହରାଇ ୧୩୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଅଧିନାୟିକା ହରମନ୍‌ପ୍ରୀତ ୪୬, ସୋଫିଆ ‌ଡିଭାଇନ୍‌ ୩୨, ଏସି ଜୟାଗନୀ ୨୬ ଏବଂ ‌ଜେମିମା ରୋଦ୍ରିଗୁଏଜ୍‌ ୨୪ ରନ୍‌ କରିଥିଲେ। ସୋଫିଆ ଏସଲ୍‌ଷ୍ଟୋନ୍‌ ଓ ରାଜେଶ୍ବରୀ ଗାଏକ୍ବାଡ୍‌ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ମ୍ୟାଚ୍‌ର ଶେଷ ଓଭର ବେଶ୍ ରୋମାଞ୍ଚଭରା ରହିଥିଲା। ଅନ୍ତିମ ୬ ବଲ୍‌ରୁ ବିଜୟ ପାଇଁ ସୁପରନୋଭାସକୁ ୧୯ ରନ୍‌ର ଦରକାର ଥିଲା। ବୋଲିଂକୁ ଆସିଥିବା ଝୁଲଣ ଗୋସ୍ବାମୀଙ୍କ ଏହି ଓଭର‌ରେ ହରମନ୍‌ପ୍ରୀତ ୪ ଚୌକା ସହ ୧୬ ରନ୍‌ ସଂଗ୍ରହ କରି ବିଜୟ ସମ୍ଭାବନା ସୃ‌ଷ୍ଟି କରିଥିଲେ। ହେଲେ ‌ଶେଷ ବଲ୍‌ରେ ହରମନ୍‌ପ୍ରୀତ ପରାସ୍ତ ହେବା ସହ ନନ୍‌ ଷ୍ଟ୍ରାଇକ୍‌ ପ‌ଟେ ଥିବା ଲି ତାହୁହୁ ରନ୍‌ ଆଉଟ୍‌ ହୋଇଯାଇଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ସ୍ମୃତି ମନ୍ଧାନାଙ୍କୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe