Cricket bat and ball on green grass of cricket pitch
ଦୁବାଇ: ଚଳିତ ବର୍ଷ ମହିଳା କ୍ରିକେଟ୍ ବିଶ୍ୱକପ୍ ପାଇଁ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ସ୍ଥାନ ଘୋଷଣା କରିଛି। ନଭେମ୍ବର ୯ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ମହିଳା ବିଶ୍ୱକପ୍ ଆୟୋଜିତ ହେବ। ପୂର୍ବରୁ ୫ ଥର ମହିଳା ବିଶ୍ୱକପ୍ ମିଳିତ ଭାବେ ପୁରୁଷ ବିଶ୍ୱକପ୍ ସହ ଗୋଟିଏ ସ୍ଥାନରେ ଆୟୋଜିତ ହୋଇ ଆସୁଥିଲା ବେଳେ ଏଥର ଏଥିରେ ବ୍ୟତିକ୍ରମ ଘଟିଛି। ଏଥର ମହିଳା ବିଶ୍ୱକପ୍ ପ୍ରଥମ ଥର ଲାଗି ଅଲଗା ଭାବେ ଆୟୋଜିତ ହେବାକୁ ଯାଉଛି। େଓ୍ଵଷ୍ଟଇଣ୍ଡିଜ୍ ଏହି ବିଶ୍ୱକପ୍ ଆୟୋଜନ ଅଧିକାର ପାଇଥିଲା ବେଳେ ମ୍ୟାଚ୍ଗୁଡ଼ିକ ଖେଳାଯିବା ପାଇଁ େଓ୍ଵଷ୍ଟଇଣ୍ଡିଜ୍ କ୍ରିକେଟ୍ ବୋର୍ଡ ତିନିଟି ସ୍ଥାନକୁ ବାଛିଛି। ଆଇସିସି ଦ୍ୱାରା ସବୁଜ ସଂକେତ ପାଇଥିବା ଏହି ୩ ସ୍ଥାନ ମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକ ଗାଏନା ଜାତୀୟ ଷ୍ଟାଡିୟମ୍ ଏବଂ ସେଣ୍ଟ୍ ଲୁସିଆର ଡାରେନ୍ ସାମି ଷ୍ଟାଡିୟମ୍ରେ ଖେଳାଯିବାକୁ ସ୍ଥିର ହୋଇଥିଲା ବେଳେ ସେମିଫାଇନାଲ୍ ଓ ଫାଇନାଲ୍ ଆଣ୍ଟିଗୁଆ ଓ ବର୍ବୁଡାର ସାର୍ ଭିଭିଆନ୍ ରିଚାର୍ଡସ୍ ଷ୍ଟାଡିୟମ୍ରେ ଖେଳାଯିବ।
େଓ୍ଵଷ୍ଟଇଣ୍ଡିଜ୍ ମହିଳା ଦଳ ବିଶ୍ୱ ବିଜୟିନୀ ଥିବାରୁ ଘରୋଇ ପରିବେଶରେ ଆୟୋଜିତ ଆଗାମୀ ବିଶ୍ୱକପ୍ରେ ମଧ୍ୟ ଟ୍ରଫି ବଜାୟ ରଖିବାର ସୁଯୋଗ ସେମାନଙ୍କ ପାଇଁ ରହିଛି ବୋଲି ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍ ରିଚାର୍ଡସନ୍ କହିଛନ୍ତି। କାରିବିଆନ୍ ରାଷ୍ଟ୍ରରେ ୨୦୧୮ ବିଶ୍ୱକପ୍ ଆୟୋଜନ ହେଉଥିବାରୁ ଏହା ସବୁ ଦଳମାନଙ୍କ ପାଇଁ ଉପଭୋଗ୍ୟ ହେବ ବୋଲି ରିଚାର୍ଡସନ୍ କହିଛନ୍ତି। ଆଗାମୀ ବିଶ୍ୱକପ୍ ପାଇଁ ଆୟୋଜକ େଓ୍ଵଷ୍ଟଇଣ୍ଡିଜ୍ ବ୍ୟତୀତ ଅଷ୍ଟ୍ରେଲିଆ, ବିଶ୍ୱ ବିଜେତା ଇଂଲଣ୍ଡ, ନ୍ୟୁଜିଲାଣ୍ଡ୍, ଭାରତ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ଯୋଗ୍ୟତା ହାସଲ କରିସାରିଥିଲା ବେଳେ ଅବଶିଷ୍ଟ ୨ ସ୍ଥାନ ପାଇଁ ୮ ଦଳ ଯୋଗ୍ୟତାପର୍ଯ୍ୟାୟରେ ମୁହାଁମୁହିଁ ହେବେ। ଯୋଗ୍ୟତାପର୍ଯ୍ୟାୟ ଚଳିତ ବର୍ଷ ଜୁଲାଇ ୩ରୁ ୧୪ ତାରିଖ ପର୍ଯ୍ୟନ୍ତ ନେଦରଲାଣ୍ଡ୍ରେ ଆୟୋଜିତ ହେବ। ଏଥିରେ ବାଂଲାଦେଶ, ହଲାଣ୍ଡ୍, ଆୟର୍ଲାଣ୍ଡ୍, ପପୁଆ ନ୍ୟୁ ଗିନି, ସ୍କଟ୍ଲାଣ୍ଡ୍, ଥାଇଲାଣ୍ଡ୍, ଉଗାଣ୍ଡା ଓ ୟୁଏଇ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହା ପୂର୍ବରୁ ୨୦୦୭ ବିଶ୍ୱକପ୍ ଏବଂ ୨୦୧୦ ଟେ୍ଵଣ୍ଟି-୨୦ ବିଶ୍ୱକପ୍ କାରିବିଆନ୍ ରାଷ୍ଟ୍ରରେ ଆୟୋଜନ ହୋଇଥିଲା।
Follow Us